ପାସପୋର୍ଟ ଆବେଦନ ପାଇଁ ଆସିଲା ନୂଆ ନିୟମ

ପାସପୋର୍ଟ ଆବେଦନ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ପାସପୋର୍ଟ ଆବେଦନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ହେଲେ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ। ଏହା ଏକ ସରକାରୀ ପ୍ଲାଟଫର୍ମ। ଡକ୍ୟୁମେଣ୍ଟ ଅପଲୋଡ୍ ହେବା ପରେ ଆବେଦନକାରୀ ମାନେ ଅଫିସିଆଲ ୱେବସାଇଟ www.passportindia.gov.in ଜରିଆରେ ଅନଲାଇନରେ ପାସପୋର୍ଟ ଆବେଦନ ଦାଖଲ କରିପାରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଯଦି ଆବେଦନକାରୀ ଡିଜିଲକର ମାଧ୍ୟମରେ ସେମାନଙ୍କର ଦସ୍ତାବିଜ ଅପଲୋଡ୍ କରିଛନ୍ତି, ତେବେ ଆବେଦନ ପ୍ରକ୍ରିୟା ସମୟରେ ସେମାନଙ୍କୁ ମୂଳ ଫିଜିକାଲ କପି ଆଣିବାକୁ ପଡ଼ିବ ନାହିଁ। ଏହି ପଦକ୍ଷେପ ପାସପୋର୍ଟ ଆବେଦନ ପ୍ରକ୍ରିୟାର ସମୟ ଏବଂ ଦକ୍ଷତାରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।
ଡିଜିଲକର କ’ଣ?
ଡିଜିଲକର ହେଉଛି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ଡିଜିଟାଲ ୱାଲେଟ୍ ସେବା। ଏଥିରେ ଉପଭୋକ୍ତାମାନେ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର, ଶିକ୍ଷା ପ୍ରମାଣପତ୍ର, ମାର୍କସିଟ୍ ଭଳି ଜରୁରୀ ସରକାରୀ ଦସ୍ତାବିଜକୁ ସୁରକ୍ଷିତ ଭାବେ ଷ୍ଟୋର୍ କରି ପାରିବେ। ମନ୍ତ୍ରଣାଳୟ ଏବେ ଅନଲାଇନ୍ ଆବେଦନ ଦାଖଲ ପାଇଁ ଡିଜିଲକର ମାଧ୍ୟମରେ ଆଧାର ଦସ୍ତାବିଜ ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦେଇଛି।

Share Now:

Kalinga News Beuro

Next Post

‘ବ୍ୟବସାୟୀଙ୍କ ଦ୍ୱାରା ମୁଁ ଦୁଷ୍କର୍ମର ଶିକାର ହୋଇଛି’: ଅଭିନେତ୍ରୀ

Sat Aug 5 , 2023
ମୁମ୍ବାଇ: ମୁମ୍ବାଇରେ ଜଣେ ବ୍ୟବସାୟୀ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ଅଭିନେତ୍ରୀ ମୁମ୍ବାଇର ଏନଏମ ଯୋଶୀ ମାର୍ଗ ପୁଲିସ ଷ୍ଟେସନରେ ଜଣେ ବ୍ୟବସାୟୀଙ୍କ ନାମରେ ଲିଖିତ ଅଭି‌ଯୋଗ କରିଛନ୍ତି। ପୀଡ଼ିତା ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି କି,‘ବ୍ୟବସାୟୀ ଜଣକ ମୋ ସହିତ ପ୍ରଥମେ ବନ୍ଧୁତା କରିଥିଲେ। ଧୀରେଧୀରେ ମୁଁ ତାଙ୍କୁ ଭଲ ବନ୍ଧୁ ଭାବି କଥା ହେବା ଆରମ୍ଭ କରିଥିଲି। କିଛିଦିନ କଥା ହେବାପରେ ସେ […]
ବ୍ୟବସାୟୀଙ୍କ ଦ୍ବାରା ମୁଁ ଦୁଷ୍କର୍ମର ଶିକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial