ଡେଙ୍ଗୁ ପାଇଁ ଏସ୍‌ସିବିରେ ଖୋଲିବ ସ୍ୱତନ୍ତ୍ର ଆଇସିୟୁ

କଟକ : କଟକ ବଡ଼ ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଆଇସିୟୁ। ସେଣ୍ଟ୍ରାଲ ଆଇସିୟୁ ପାଖରେ ଏଭଳି ଆଇସିୟୁ ବ୍ୟବସ୍ଥା କରାଯିବା ସହ ଦୁଇ/ତିନି ଦିନ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନ ମହାରଣା ସୂଚନା ଦେଇଛନ୍ତି। ଏହି ଆଇସିୟୁରେ ୮ଟି ବେଡ୍‌ ରହିବ। ଏହା ଦ୍ୱାରା ଡେଙ୍ଗୁ ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଆଇସିୟୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଆଶା କରାଯାଉଛି। ଅନ୍ୟପଟେ କଟକ ଜିଲ୍ଲାର ଚୌଦ୍ୱାର, ଜଗତ୍‌ପୁର, ଟାଙ୍ଗୀ, ମଙ୍ଗୁଳି, ବେଲତେରୁଆଁ ପାଲଟିଛି ଡେଙ୍ଗୁ ପ୍ରବଣ ଅଞ୍ଚଳ। କିନ୍ତୁ ଏସବୁ ଅଂଚଳରେ ଡେଙ୍ଗୁ ନିୟନ୍ତ୍ରଣ ଓ ସଚେତନତା ପ୍ରତି ପ୍ରଶାସନ ଯେଉଁ ଭଳି ଗୁରୁତ୍ୱ ଦେବା କଥା ତାହା କରୁନଥିବା ଅଭିଯୋଗ ହୋଇଛି। ଆଜି ଏସ୍‌ସିବିରେ ପରୀକ୍ଷା ହୋଇଥିବା ୯୯ଟି ରକ୍ତ ନମୁନାରୁ ୩୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ କଟକର ଅଛନ୍ତି ୧୯ଜଣ। ଜଗତ୍‌ସିଂହପୁର ୫, ଯାଜପୁର ୩, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ରାୟଗଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଆଜି ୭୦ଜଣ ଡେଙ୍ଗୁ ରୋଗୀ ଏସ୍‌ସିବିରେ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୭ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। ଅନ୍ୟପଟେ ଏସ୍‌ସିବିରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ଵାର୍ଡ ଥିଲେ ମଧ୍ୟ ସ୍ୱତନ୍ତ୍ର ଆଇସିୟୁ ନଥିବାରୁ ରୋଗୀମାନଙ୍କୁ ବିଭିନ୍ନ ବିଭାଗର ଆଇସିୟୁରେ ରଖାଯାଉଛି।

Share Now:

Kalinga News Beuro

Leave a Reply

Next Post

ବାଜପେୟୀଙ୍କ ପାର୍ଥିବ ଶରୀରକୁ ଦର୍ଶନ କଲେ ରାଜନେତା-ମନ୍ତ୍ରୀ,ଶୁକ୍ରବାର ଅପରାହ୍ନ ୪ଟାରେ ସଂପର୍ଣ୍ଣ ହେବ ଅନ୍ତିମ ସଂସ୍କାର

Fri Aug 17 , 2018
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରକୁ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଦେଶର ପ୍ରମୁଖ ରାଜନେତା ଓ ମନ୍ତ୍ରୀମାନେ ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତାମାନେ ମଧ୍ୟ ବାଜପେୟୀଙ୍କ ପାର୍ଥିବ ଶରୀର ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶେଷ ଥର ପାଇଁ ଶୁକ୍ରବାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial