ହସ୍ପିଟାଲକୁ ନେବା ସମୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ହସ୍ପିଟାଲକୁ ନେବା ସମୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ରାଇରଙ୍ଗପୁର: ସ୍ୱାସ୍ଥ୍ୟ ସେଵା ଯେତେ ଆଗେଇଲେ ବି ପରିସ୍ଥିତି ସୁଧୁରୁନାହିଁ। ଗର୍ଭବତୀ ମହିଳାଙ୍କ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କେଉଁଠି ନା କେଉଁଠି ଟିକେ ମଣିଷକୃତ ଦୋଷ ତ୍ରୁଟି ରହିଯାଉଛି ଯାହାଫଳରେ ଗର୍ଭବତୀ ମହିଳାଙ୍କ ଜୀବନ ପ୍ରଦୀପ ଲିଭି ଯାଉଛି। ଯଦିଓ ଗର୍ଭବତୀ ମହିଳା ମୃତ୍ୟୁ ସଂଖ୍ୟା ଓଡିଶାରେ ହ୍ରାସ ପାଇଛି। ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଅଧିନସ୍ଥ ଗୋରୁମହିଷାଣୀ ଅଞ୍ଚଳରେ। ଗୋରୁମହିଷାଣୀ ଅଞ୍ଚଳର କୁନୁ ଲୋହାରଙ୍କ ଝିଅ ସୁକ୍ରାନ୍ତି ଲୋହାର (୨୧) ଗତବର୍ଷ ଅକ୍ଟୋବର ମାସରେ ଟାଟା ଅଞ୍ଚଳ ପରଶୁଡିହି ଥାନା ଅଞ୍ଚଳର ପରଶୁଡିହିର ଲାଲା ଲୋହାରଙ୍କ ସହ ୨୦୨୨ ଅକ୍ଟୋବର ମାସରେ ବିବାହ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା। ଇତି ମଧ୍ୟରେ ୯ ମାସର ଗର୍ଭବତୀ ହୋଇ ୫/୬ ଦିନ ହେଲା ଗୋରୁମହିଷାଣୀସ୍ଥ ବାପଘରକୁ ଆସିଥିଲେ। ହେଲେ ଦଇବ ସହିଲା ନାହିଁ। ଯମ ଯେମିତି ବାପଘରେ ଜଗିଥିଲା।
ଆଜି ଅପରାହ୍ନରେ ପ୍ରସୂତି ଯନ୍ତ୍ରଣା ଅଧିକ ହେବାରୁ ବାପା କୁନୁ ଲୋହାର ଓ ସ୍ୱାମୀ ଲାଲା ଲୋହାର ସୁକ୍ରାନ୍ତିକୁ ରାଇରଙ୍ଗପୁର ହସ୍ପିଟାଲକୁ ଆଣୁଥିବା ସମୟରେ ଅଧିକ ଯନ୍ତ୍ରଣା ନେଇ ରାସ୍ତାରେ ସୁକ୍ରାନ୍ତିର ପ୍ରାଣବାୟୁ ଉଡି ଯାଇଥିଲା। ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚିବାପରେ ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ। ସୋମବାର ଦିନ‌ ଶଵ ବ୍ୟବଛେଦ କରାଇ ପରିବାରଵର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Share Now:

Kalinga News Beuro

Next Post

ଚନ୍ଦ୍ର‌ରେ ରାତି ହେବାକୁ ଆଉ ସପ୍ତାହେ ବାକି : ପୁଣି ଥରେ ଦିନ ଆସିଲେ କାର୍ଯ୍ୟକ୍ଷମ ହେବେ ତ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ?

Tue Aug 29 , 2023
ନୂଆଦିଲ୍ଳୀ: ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ସ୍ଥିରୀକୃତ ସମୟର ପ୍ରାୟ ଅଧା ରହି ସାରିଲାଣି। ଆମେ ଜାଣନ୍ତି ଯେ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ଲ୍ୟାଣ୍ଡର ଓ ରୋଭରକୁ ଡିଜାଇନ୍‌ କରି ପଠାଇଥିଲେ। ଆମର ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟାଏ ଦିନ ସହ ସମାନ। ବୈଜ୍ଞାନିକମାନେ ପୂର୍ବରୁ ଯୋଜନା କରି ଚନ୍ଦ୍ରରେ ଦିନ ଆରମ୍ଭ ହେଉଥିବା ବେଳେ ହିଁ ‘ଚନ୍ଦ୍ରଯାନ-୩’ର ବିକ୍ରମ […]
ଚନ୍ଦ୍ର‌ରେ ରାତି ହେବାକୁ ଆଉ ସପ୍ତାହେ ବାକି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial