ଜି୨୦ରେ କିଛି ସମୟ ପାଇଁ ଭେଟି ମୋଦୀଜୀଙ୍କୁ ଭେଟିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଗଷ୍ଟରେ ହିମାଚଳ ଓ ଉତ୍ତରାଖଣ୍ଡକୁ କଲବଲ କରିଥିଲା ବର୍ଷା। ଭୂସ୍ଖଳନ ଓ ବନ୍ୟା ପାଇଁ ଶହ ଶହ ଲୋକଙ୍କ ଜୀବନ ଯାଇଥିଲା। ବର୍ଷାରେ ହିମାଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କହିଥିଲେ ରାଜ୍ୟ ସରକାର। ବର୍ଷା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ। ଏମିତିକି ସେ ହିମାଚଳ ପ୍ରଦେଶରେ ହୋଇଥିବା ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କ ଅନୁରୋଧ ଉପରେ ସରକାର କୌଣସି ଜବାବ ଦେଇନଥିବାରୁ ଶନିବାର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପୁଣି ଥରେ ଏଭଳି ଅନୁରୋଧ କରିଛନ୍ତି।
ଏକମାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା ରାତ୍ରିଭୋଜନରେ ଯୋଗ ଦେଇଥିଲେ। ଏହି ସମୟରେ ସେ କିଛି ମିନିଟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ଭେଟିବା ପ‌ରେ ସେ ହିମାଚଳ ପ୍ରଦେଶରେ ହୋଇଥିବା ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି। ରବିବାର ଦିନ ଏକ୍ସରେ ଏକ ପୋଷ୍ଟ କରି ସେ କହିଛନ୍ତି: “ଜି-୨୦ ଶିଖର ସମ୍ମିଳନୀ ରାତ୍ରୀଭୋଜନ ପରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ସହ କଥାବାର୍ତ୍ତା ସମୟରେ ହିମାଚଳ ପ୍ରଦେଶ ବିଷୟରେ କଥା ହେବାର ସମୟ ପାଇଲି। ମୁଁ ତାଙ୍କୁ ଏକ ସ୍ୱତନ୍ତ୍ର ବିପର୍ଯ୍ୟୟ ରିଲିଫ୍ ପ୍ୟାକେଜ୍ ମାଗିବା ସହ ପରିସ୍ଥିତିର ଗମ୍ଭୀରତାକୁ ଦର୍ଶାଇ ହିମାଚଳ ପ୍ରଦେଶରେ ହୋଇଥିବା ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ବୋଲି ଘୋଷଣା କରିବା ପାଇଁ ଅନୁରୋଧ କଲି।

Share Now:

Kalinga News Beuro

Next Post

ମାସେ ହେଲା ଅନ୍ଧାରରେ ଶାନ୍ତିସ୍ତୂପ : ଜଳୁନି ୧୧୦ ଷ୍ଟ୍ରିଟ୍‌ ଲାଇଟ୍‌

Sun Sep 10 , 2023
ଧଉଳି: ମାସେ ହେଲା ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଧଉଳି ଶାନ୍ତିସ୍ତୂପ ଅନ୍ଧାରରେ ରହିଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରୁ ଧଉଳିଗିରି ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ରୁ ଅଧିକାଂଶ ଜଳୁନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଅନ୍ଧାରର ସୁଯୋଗ ନେଇ ଅସାମାଜିକତତ୍ତ୍ବମାନେ ପର୍ଯ୍ୟଟକମାନଙ୍କୁ ନାନାପ୍ରକାର ହଇରାଣ ହରକତ କରୁଥିବା ଅଭିଯୋଗ ହେଲାଣି। କେବଳ ବାହାର ପର୍ଯ୍ୟଟକ ନୁହଁନ୍ତି, ସ୍ଥାନୀୟ ଲୋକେ ବି ସମସ୍ୟାରେ ପଡ଼ୁଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଏନେଇ ଅଭିଯୋଗ କରାଯାଇଥିଲେ […]
ମାସେ ହେଲା ଅନ୍ଧାରରେ ଶାନ୍ତିସ୍ତୂପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial