ଗଗନଯାନ ପ୍ରକଳ୍ପ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିମନ୍ତେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର ୧୨୦ ଜଣ କର୍ମଚାରୀ

ଗଗନଯାନ ପ୍ରକଳ୍ପ ପାଇଁ ଯନ୍ତ୍ରାଂଶ ନିର୍ମାଣ

ଭୁବନେଶ୍ୱର: ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଇସ୍ରୋର ସବୁଠୁ ବଡ଼ ପ୍ରକଳ୍ପ ହେଉଛି ଗଗନଯାନ। ତେବେ ଏହି ଗଗନଯାନ ପ୍ରୋଜେକ୍ଟ ପାଇଁ ଓଡ଼ିଶାର ଅବଦାନ ଅନେକ ଗୁରୁତ୍ୱପୂର୍ଣ୍ଣ। ଗଗନଯାନରେ ଲାଗିବ ରାଜଧାନୀ ଭୁବନେଶ୍ୱରରେ ଥିବା ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର(ସିଟିଟିସି)ରେ ନିର୍ମାଣ ହୋଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ। ଗଗନଯାନ ପ୍ରୋଜେକ୍ଟ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିର୍ଦ୍ଦେଶ ପାଇବା ପରେ କାମରେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର ୧୨୦ ଜଣ କର୍ମଚାରୀ। ଏହି ସିଟିଟିସିରେ ନିର୍ମାଣ ହେଉଛି ପାଖାପାଖି ୧୨୫୦୦ ଛୋଟରୁ ବଡ଼ ଯନ୍ତ୍ରାଂଶ। ଚଳିତ ମାସ ୨୩ ତାରିଖ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ ନିର୍ମାଣ ଶେଷ କରି ଇସ୍ରୋକୁ ପଠାଇବା ପାଇଁ ଡେଡଲାଇନ ଥିବାବେଳେ ପ୍ରାୟ ସମସ୍ତ ଯନ୍ତ୍ରାଂଶ ନିର୍ମାଣ କାମ ଶେଷ ହୋଇଥିବା କହିଛନ୍ତି ସିଟିଟିସି ଜେନେରାଲ ମ୍ୟାନେଜର। ୨୦୧୪ ଓ ୨୦୧୮ ମସିହାରେ ଗଗନଯାନର କ୍ରିଉ ମଡେଲ ଟେଷ୍ଟିଂ ସଫଳତାର ସହ ହୋଇସାରିଛି। ତିନିଜଣ ଏୟାରଫୋର୍ସ ପାଇଲଟ ଗଗନଯାନରେ ଯାଇ ତିନି ଦିନ ରହି ସୁରକ୍ଷିତ ଭାବେ ଫେରିବେ। ସେମାନଙ୍କ ଟ୍ରେନିଂ ମଧ୍ୟ ଚାଲିଛି,ଗଗନଯାନ ପ୍ରୋଜେକ୍ଟ ସଫଳ ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି। ସିଟିଟିସି ଜିଏମଏଲ୍ ରାଜଶେଖର କହିଛନ୍ତି ଯେ ଚଳିତ ମାସ ୨୩ ତାରିଖ ସୁଦ୍ଧା ସମସ୍ତ ଯନ୍ତ୍ରାଂଶ ନିର୍ମାଣ ଶେଷ କରି ଇସ୍ରୋକୁ ପଠାଇବା ପାଇଁ ଡେଡଲାଇନ ଥିବାବେଳେ ପ୍ରାୟ ସମସ୍ତ ଯନ୍ତ୍ରାଂଶ ନିର୍ମାଣ କାମ ଶେଷ ହୋଇଛି।

Share Now:

Kalinga News Beuro

Next Post

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କେନାଲ୍‌ ଖୋଳିବା ପ୍ରସଙ୍ଗ : ସାଂସଦଙ୍କୁ କିରୁଥିକାଙ୍କ ନୋଟିସ

Mon Sep 11 , 2023
‘ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଅପରାଜିତା’-ପାଲଟା ଜବାବରେ ଗୁମର ଖୋଲିଲେ ସାଂସଦ ଭୁବନେଶ୍ୱର: ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ ପାଣି ଆଣିବା ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ କେନାଲ ଖୋଳିବା ପ୍ରସଙ୍ଗ ବିବାଦୀୟ ହେବାରେ ଲାଗିଛି। ସାଂସଦ ସାମ୍ବାଦିକ ସମ୍ମିଳନୀ କରି କିରୁଥିକା ପ୍ରଭାକରନ୍‌ଙ୍କୁ ଜମି ଦଲାଲ୍‌, ଗୁଣ୍ଡା, ଅଣଓଡ଼ିଆ ତାମିଲ୍‌ କହିବା ଫଳରେ ତାଙ୍କର ସମ୍ମାନହାନୀ ‌ହୋଇଛି। ଏଣୁ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ […]
ସାଂସଦ ଅପରାଜିତା ଷଡ଼ଙ୍ଗୀ କେନାଲ ଖୋଳିବା ପ୍ରସଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial