ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ

ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଶୀତଦିନେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜଧାନୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, “ସହରରେ ଏହି ନିଷେଧାଦେଶ ଲାଗୁ କରିବାକୁ ଦିଲ୍ଲୀ ପୁଲିସକୁ କଡା ନିର୍ଦ୍ଦେଶ ଦିଆଯିବ। ପ୍ରଦୂଷଣକୁ ଦେଖି ଗତ ତିନି ବର୍ଷ ଧରି ଦିଲ୍ଲୀ ସରକାର ସମସ୍ତ ପ୍ରକାର ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ଆସୁଛନ୍ତି। ଗତ ପାଞ୍ଚ-ଛଅ ବର୍ଷ ମଧ୍ୟରେ ଆମେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ଦେଖିଛୁ। କିନ୍ତୁ ଏହାକୁ ଆହୁରି ଉନ୍ନତ କରିବାକୁ ପଡିବ। ତେଣୁ ଚଳିତ ବର୍ଷ ମଧ୍ୟ ବାଣ ବ୍ୟବହାରକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛୁ।”
ଗତ ବର୍ଷ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ ସହରରେ ଦୀପାବଳିରେ ବାଣ ଫୁଟାଇବା ଦ୍ୱାରା ୬ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୨୦୦ଟଙ୍କା ଜରିମାନା ଆଦାୟ ହେବ। ବାଣ ଉତ୍ପାଦନ, ସଂରକ୍ଷଣ ଓ ବିକ୍ରି କଲେ ବିସ୍ଫୋରକ ଆଇନର ଧାରା ୯ବି ଅନୁଯାୟୀ ୫୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବ। ଦିଲ୍ଲୀ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଲାଗୁ କରିବାରୁ ଲୋକେ ଗିରଫ ହେବା ଡରରେ ବାଣ ବ୍ୟବହାର କରିବା ବନ୍ଦ କରିଥିଲେ। ଏହା ଫଳରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୁଧୁରିଥିବା କୁହାଯାଉଛି।

Share Now:

Kalinga News Beuro

Next Post

ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲେ ରସିକିଆ ଭଣ୍ଡ ବାବା

Mon Sep 11 , 2023
ଧଉଳି : ଗ୍ରହଦୋଷ ଖଣ୍ଡନ କରିବାକୁ ବାବାଙ୍କ ଶରଣ ନେଇଥିଲେ ବିବାହିତା ମହିଳା। କିନ୍ତୁ ଗ୍ରହଦୋଷ ଖଣ୍ଡନ ହେବ କ’ଣ ମହିଳା ବାବାଙ୍କ ପ୍ରେମରେ ପଡ଼ିଗଲେ। ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କଠାରୁ ବାବା ଲକ୍ଷାଧିକ ଟଙ୍କା ନେଇଗଲେ। କିନ୍ତୁ ଟଙ୍କା ହାତେଇବା ପରେ ବାବା ଆଉ ଧରାଛୁଆଁ ଦେଲେନି। ବାହା ହେବାକୁ ମନା କରିଦେଲେ। ଏଣେ ସବୁ କଥା ଜାଣିବା ପରେ ମହିଳାଙ୍କ ସ୍ୱାମୀ, ସ୍ତ୍ରୀଙ୍କଠାରୁ ମୁହଁ ଫେରାଇବାକୁ ବସିଛନ୍ତି। […]
ଠକିଦେଲେ ଭଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial