ନୂଆଦିଲ୍ଲୀ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରର କେତେକ ସ୍ଥାନରେ ଏବେ ବି ହିଂସା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେତେକ ମୈତେଇ ବିଚ୍ଛିନତାବାଦୀ ସଂଗଠନ ଯଥା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ତାହାର ରାଜନୈତିକ ଶାଖା, ରିଭଲ୍ୟୁସନାରି ପିପୁଲ୍ସ ଫ୍ରଣ୍ଟ ଓ ତାହାର ସଶସ୍ତ୍ର ବାହିନୀ, ମଣିପୁର ପିପୁଲ୍ସ ଆର୍ମି, ପିପୁଲ୍ସ ରିଭୋଲ୍ୟୁସନାରି ପାର୍ଟି ଅଫ କଙ୍ଗଲେଇପାକ୍ ଓ ତାହାର ସାମରିକ ଶାଖା ରେଡ ଆର୍ମି, କୋର୍ଡିନେସନ କମିଟି (କୋରକୋମ), ଆଲାଏନ୍ସ ଫର ସୋସିଆଲିଷ୍ଟ ୟୁନିଟି କଙ୍ଗଲେଇପାକ୍ (ଅସୁକ୍)କୁ ବେଆଇନ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ୧୯୬୭ ଅନୁସାରେ ଏସବୁ ସଂଗଠନକୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରାଯାଇଛି।
କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏସବୁ ସଂଗଠନ ଭାରତର ଅଖଣ୍ଡତାକୁ ବିପନ୍ନ କରିବାକୁ ଉଦ୍ୟମ କରୁଛନ୍ତି। ଏସବୁ ସଂଗଠନ ମଣିପୁରକୁ ଭାରତଠାରୁ ଅଲଗା କରି ଏକ ସ୍ବାଧୀନ ରାଷ୍ଟ୍ର ଗଠନ କରିବାକୁ ଉଦ୍ୟମ କରୁଛନ୍ତି ଓ ନିଜର ଲକ୍ଷ୍ୟ ହାସଲ ପାଇଁ ସେମାନେ ସଶସ୍ତ୍ର ପନ୍ଥା ଅବଲମ୍ବନ କରୁଛନ୍ତି। ନିଜର ବିଚ୍ଛନ୍ନତାବାଦୀ ଲକ୍ଷ୍ୟ ପାଇଁ ସେମାନେ ସ୍ଥାନୀୟ ଆଦିବାସୀମାନଙ୍କୁ ଉସୁକାଉଛନ୍ତି ଓ ଭାରତର ସୁରକ୍ଷାବଳ ଉପରେ ଆକ୍ରମଣ କରୁଛନ୍ତି।
ମଣିପୁରର ମୈତେଇ ବିଚ୍ଛିନ୍ନତାବାଦୀ ସଂଗଠନକୁ ବେଆଇନ ଘୋଷଣା କଲେ କେନ୍ଦ୍ର ସରକାର

Share Now: