ହକ୍ ପାଇଁ ଲଢେଇ : ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

ରାଜଧାନୀରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ହଜାର ହଜାର ଅଙ୍ଗନବାଡି କର୍ମୀ ରାଜଧାନୀର ଲୋୟର୍ ପିଏମଜିରେ ଆନ୍ଦୋଳନ କରୁଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି। ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି। ଖାଲି ସେତିକି ନୁହେଁ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ବି ସଂଘ ପକ୍ଷରୁ ଦାବି ହୋଇଛି। ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ବି ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ। ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯିବାକୁ ମଧ୍ୟ ଦାବି କରାଯାଇଛି। ଖାଲି ସେତିକି ନୁହେଁ, ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ଦାବି ସହ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ସେମାନେ।

Share Now:

Kalinga News Beuro

Next Post

ଗୁଜରାଟର ବଲସଦ ନିକଟରେ ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ

Sat Sep 23 , 2023
ବଲସଦ: ଗୁଜରାଟ ନିକଟରେ ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ। ଆଜି ଗୁଜରାଟର ବଲସଦରେ ତିରୁଚିରାପଲ୍ଲୀ ଜଙ୍କସନ ଏବଂ ଶ୍ରୀ ଗଙ୍ଗନଗର ମଧ୍ୟରେ ଚାଲୁଥିବା ହମସଫର ଏକ୍ସପ୍ରେସର ନିଆଁ ଲାଗିଛି। ଏକ୍ସପ୍ରେସର ବ୍ରେକ ଭ୍ୟାନ୍ କୋଚରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଦିନ ୨.୩୦ରେ ଏହି ଘଟଣା ହମସଫର ଏକ୍ସପ୍ରେସରେ ଘଟିଥିଲା। ଟ୍ରେନର ଯାତ୍ରୀମାନେ ଗୋଟିଏ କୋଚରୁ ଧୂଆଁ ବାହାରୁଥିବା ଦେଖିବା ପରେ ନିଆଁ ଲାଗିବା କଥା ସାମ୍ନାକୁ ଆସିଥିଲା।କୁହାଯାଉଛି ଯେ, […]
ହମସଫର ଏକ୍ସପ୍ରେସରେ ଲାଗିଲା ନିଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial