କୋରାପୁଟ-ରାୟଗଡ଼ ରେଳଲାଇନ୍‌ରେ ମାଟି ଧସି ଟ୍ରେନ୍‌ ଚଳାଚଳ ବନ୍ଦ

କୋରାପୁଟ-ରାୟଗଡ଼ ରେଳଲାଇନ୍‌ରେ ମାଟି ଧସିଲା

କୋରାପୁଟ: କୋରାପୁଟ-ରାୟଗଡ଼ ରେଳଲାଇନ୍‌ ଉପରେ ରବିବାର ମାଟି ଧସିଛି। ଫଳରେ‌ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଏହି କାରଣରୁ ଯାତ୍ରୀମାନେ ଅସୁବିଧାର ସାମ୍ନା କରିଛନ୍ତି। ସୂଚନା ଅନୁସାରେ କେରାପୁଟ ଜିଲ୍ଲା କାକିରିଗୁମାରୁ ବାଇଗୁଡା ମଧ୍ୟରେ ରେଳଲାଇନ୍‌ ଉପରେ ରବିବାର ଦିନ ମାଟି ଅତଡା ଧସିଛି। ଫଳରେ କୋରାପୁଟରୁ
ରାଉରକେଲା ଅଭିମୁଖେ ଯାଉଥିବା ରାଉରକେଲା ଟ୍ରେନ ଦାମନଯୋଡ଼ି ଠାରେ ଅଟକି ରହିଛି। ସେହିପରି କୋରାପୁଟ ଷ୍ଟେସନରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଟ୍ରେନ ଅଟକି ରହିଛି। ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଆସୁଥୁବା ଡିଏମୟୁ ଡୁମୁରିପୁଟ ଷ୍ଟେସନରେ ଅଟକି ରହିଛି।

ସୂଚନା‌ଯୋଗ୍ୟ ଆଜି ସକାଳୁ ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ମାଟି ଓ ବଡ଼ ପଥର ଧସିଥିଲା। ଏହାଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ ହୋଇଥିଲା। ଜରଟି ନିକଟରେ ପାହାଡ଼ରୁ ରେଳ ଧାରଣାରେ ମାଟି ଓ ବଡ଼ ପଥର ପଡ଼ିଥିବାରୁ କେତେକ ଟ୍ରେନ୍ ଅଟକିଥିଲା। କୋରାପୁଟ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ ଅଟକିଥିଲା। ଏହାଛଡ଼ା ୧୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ଡେରାସ ଏମ୍‌ଆଇ ପ୍ରକଳ୍ପ କେନାଲ ଜବରଦଖଲ ପ୍ରସଙ୍ଗ: ଚାଷଜମିକୁ ପାଣି ଛାଡ଼ି‌ଲେ ସାଂସଦ

Sun Sep 24 , 2023
ଅଭିଯୋଗ ସତ ବୋଲି ସରକାର ପ୍ରମାଣ କଲେ, କେନାଲ ଖୋଳା ଚାଲିଛି ଭୁବନେଶ୍ୱର : ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ(ଏମ୍‌ଆଇ) କେନାଲ ଜବରଦଖଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସଫଳତା ମିଳିଛି। ସାଂସଦଙ୍କ ବାରାମ୍ବାର ତାଗିଦ ପରେ ରାଜ୍ୟ ସରକାର ଜବରଦଖଲରେ ଥିବା ଏହି କେନାଲ୍‌ ଖୋଳିବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି। ୩ଦିନ ହେଲା ଜଳସେଚନ ବିଭାଗ ଏହି କେନାଲ୍‌କୁ ଖୋଳୁଛି। କେନାଲ୍‌ର ଲମ୍ବା ୧୮୫୦ ମିଟର ରହିଥିବା […]
ଚାଷଜମିକୁ ପାଣି ଛାଡ଼ି‌ଲେ ସାଂସଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial