ଅତିକମରେ ମାସେ ପର୍ଯ୍ୟନ୍ତ ମହଙ୍ଗା ରହିବ ପିଆଜ

ମାସେ ପର୍ଯ୍ୟନ୍ତ ମହଙ୍ଗା ରହିବ ପିଆଜ

ନୂଆଦିଲ୍ଲୀ: ପିଆଜ ଦରକୁ ନେଇ ଏବେ ସାରା ଦେଶରେ ଖାଉଟି ଚିନ୍ତାରେ ପଡ଼ିଯାଇଛନ୍ତି। ଦେଶର କେତେକ ସହରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାର ଏହାକୁ ନେଇ କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା ବଢିଯାଇଛି। କିନ୍ତୁ ଆଗାମୀ ମାସେ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା କମ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଇକନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆସନ୍ତା ଅତି କମରେ ଏକ ମାସ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା ନାହିଁ। ଏହାର କାରଣ ହେଉଛି ସରକାର ପିଆଜ ଉପରେ ଲାଗୁ ରପ୍ତାନି ଶୁଳକକୁ ହଟାଇ ଦେଇଛନ୍ତି। ପୂର୍ବରୁ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳକ ଲାଗୁଥିଲା, ଏହାକୁ ଉଠାଇ ଦିଆଯିବା ପରେ ଘରୋଇ ବଜାରରେ ବିକ୍ରି କରିବା ଅପେକ୍ଷା ବିଦେଶକୁ ରପ୍ତାନି କରିବା ଅଧିକ ଲାଭଜନକ ହେଉଛି। ଏହି କାରଣରେ ଘରୋଇ ବଜାରରେ ଦର ବଢୁଛି। ଅବଶ୍ୟ ନିକଟରେ ସରକାର ପିଆଜ ରପ୍ତାନିକୁ ନିୟନ୍ତ୍ରଣ କରିବାକୁ ସର୍ବନିମ୍ନ ରପ୍ତାନି ଦର ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହା ପିଆଜ ଦର କମାଇବାରେ ସେତେଟା ସହାୟକ ହୋଇପାରୁନାହିଁ। ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ପିଆଜର ଖରିଫ ଫସଲ ଆସିବା ପରେ ଦର କମିବା ଆରମ୍ଭ କରିବ।

Share Now:

Kalinga News Beuro

Next Post

ଗାଜାରୁ ମୁକୁଳିଲେ ବିଦେଶୀ ନାଗରିକ : ରାଫା କ୍ରସିଂ ଦେଇ ଇଜିପ୍ଟ ଅଭିମୁଖେ ଯାତ୍ରା କଲେ ଶହ ଶହ ଯୁଦ୍ଧାକ୍ରାନ୍ତ

Wed Nov 1 , 2023
ରାଫା : ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରେ ଇଜିପ୍ଟ ପ୍ରଥମ ଥର ପାଇଁ ନିଜ ସୀମାର ରାଫା କ୍ରସିଂ ଖୋଲିବା ପରେ ବୁଧବାର ଶହ ଶହ ବିଦେଶୀ ପାସପୋର୍ଟଧାରୀ ଗାଜା ଛାଡ଼ିବା ଆରମ୍ଭ କରିଛନ୍ତି। ଇଜିପ୍ଟ ସହ ଗାଜାର ଦକ୍ଷିଣ ସୀମାରେ ଥିବା ରାଫା ଦେଇ କେତେ ଲୋକ ଯିବାକୁ ସକ୍ଷମ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଘଟଣାସ୍ଥଳର ଲାଇଭ୍‌ ଫୁଟେଜରେ ଟର୍ମିନାଲର […]
ଗାଜାରୁ ମୁକୁଳିଲେ ବିଦେଶୀ ନାଗରିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial