୨୧ ମଦୁଆ ଚାଳକଙ୍କ ଲାଇସେନ୍ସ ବାତିଲ

୨୧ ମଦୁଆ ଚାଳକଙ୍କ ଲାଇସେନ୍ସ ବାତିଲ

କେନ୍ଦୁଝର: ଅଧିକାଂଶ ଦୁର୍ଘଟଣା ମଦ୍ୟପାନ ଜନିତ ଗାଡ଼ି ଚଳାନା ପାଇଁ ଘଟୁଛି। ଏହାକୁ ରୋକିବା ପାଇଁ ଓଏମ୍‌ଭିଡି ଓ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ୩୦ ଓ ୩୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ୨୧ଜଣ ମଦୁଆ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ମଦୁଆ ଚାଳକଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି। ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଉଛି। ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସଙ୍କ ନିର୍ଦେଶକ୍ରମେ ଏହି ସ୍ବତନ୍ତ୍ର ଟାସ୍କଫୋର୍ସ କେନ୍ଦୁଝର ଟାଉନ, ସଦର ଥାନା ସମେତ ବଡ଼ବିଲ, ଯୋଡ଼ା, ରିମୁଳି ଅଞ୍ଚଳରେ ଯାନବାହନ ଯାଞ୍ଚ କରୁଛନ୍ତି। ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ କରାଯାଇ ଚାଲାଣ କଟାଯିବା ସହ ମାମଲା ରୁଜୁ କରାଯାଉଛି। ଏଥିରେ ସହାକରୀ ପରିବହନ ଅଧିକାରୀ ଦୁର୍ଗାପ୍ରସାଦ ରାଓ, ଟ୍ରାଫିକ ଇନ୍‌ସପେକ୍ଟର ସୁକୁରାମ ସୋରେନ, ଜୁନିଅର ଏମ୍‌ଭିଆଇ ରାଜେଶ କୁମାର ସେଠୀ, ଟ୍ରାଫିକ ଏସ୍‌ଆଇ ପହଲି ନାୟକ, ଗୋଚେନ ହେମ୍ବ୍ରମ, ସୁଶାନ୍ତ ବରାଳ, ରାଧିକା ସୁନ୍ଦରୀ ନାୟକ, ରୋଷନ ବୋଡ଼ ପ୍ରମୁଖ ଯାଞ୍ଚରେ ସାମିଲ ହୋଇଥିଲେ।

Share Now:

Kalinga News Beuro

Next Post

ଆଜି ‘ଇଡି’ରେ ହାଜର ହେବେନି କେଜ୍ରିୱାଲ : ‘ରୋଡ୍‌ସୋ’ ପାଇଁ ମଧ୍ୟପ୍ରଦେଶ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Thu Nov 2 , 2023
ନୂଆଦିଲ୍ଲୀ: ସମନ ଅନୁସାରେ ଆଜି ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ (ଇଡି) କାର୍ଯ୍ୟାଳୟରେ ହାଜର ନ ହୋଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ଙ୍କ ସହିତ ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ ରାଜ୍ୟକୁ ଯାଇ ‘ରୋଡ୍‌ସୋ’ କରିବେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଜେରା ପାଇଁ କେଜ୍ରିୱାଲ୍‌ ଆଜି ପୂର୍ବାହ୍ନ ୧୧ଟା ବେଳେ ‘ଇଡି’ କାର୍ଯ୍ୟାଳୟରେ ହାଜର ହେବା କଥା। କିନ୍ତୁ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ […]
ଇଡ଼ିରେ ହାଜର ହେବେନି କେଜ୍ରିୱାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial