ନନ୍ଦନକାନନରେ ଆଖିବୁଜିଲା ଏକମାତ୍ର ଆଫ୍ରିକୀୟ ସିଂହୀ ‘ବିନି’

ଆଖିବୁଜିଲା ସିଂହୀ ‘ବିନି’

ବାରଙ୍ଗ : ଗତକାଲି ଗୁରୁବାର ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଆଫ୍ରିକୀୟ ସିଂହୀ ‘ବିନି’ ଆଖି ବୁଜିଦେଇଛି। ତାକୁ ୧୭ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ତା’ର ମୃତ୍ୟୁ ହୋଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିନିର ମୃତ୍ୟୂ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ। ୨୦୧୫ ମସିହାରେ ବିନିକୁ ଇସ୍ରାଏଲରୁ ଅଣାଯାଇଥିଲା। ୨୦୦୭ ଜାନୁଆରି ୧ରେ ଜନ୍ମ ନେଇଥିବା ବିନିକୁ ସେତେବେଳେ ୮ ବର୍ଷ ବୟସ ହୋଇଥିଲା। ସେତେବେଳେ ବିନି ସମେତ ୪ଟି ସିଂହ ଓ ୪ଟି ଜେବ୍ରା ମଧ୍ୟ ଆସିଥିଲେ। କିନ୍ତୁ କାଳକ୍ରମେ ଆଫ୍ରିକୀୟ ସିଂହ ଓ ଜେବ୍ରାଙ୍କ ମୃତ୍ୟୁ ହୋଇଥିଲା। ଶେଷକୁ ବିନି ହିଁ ଏକମାତ୍ର ଆଫ୍ରିକୀୟ ସିଂହ ଥିଲା। ବାର୍ଦ୍ଧକ୍ୟ ହେତୁ ବିନିର ଅଧିକାଂଶ ଦାନ୍ତ ଝଡ଼ି ପଡ଼ିଥିଲା ଏବଂ ଭଲରେ ଖିଆପିଆ ନ କରିପାରି ସେ ଧୀରେଧୀରେ ଦୁର୍ବଳ ହୋଇପଡ଼ିଥିଲା। ତାକୁ ୨୯ ନମ୍ବର ଖୁଆଡ଼ର ଖାଦ୍ୟ ଗ୍ରହଣ କକ୍ଷରେ ରଖି ଚିକିତ୍ସା କରାଯାଉଥିଲା। ସ୍ୱାସ୍ଥ୍ୟ କମିଟିର ବିଶେଷଜ୍ଞମାନେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। ତାକୁ କୁକୁଡା ମାଂସ ଗୁଣ୍ଡ କରି ଖାଇବାକୁ ଦିଆଯାଉଥିଲା ଏବଂ ଅଣ୍ଡାରେ ମିଶାଇ ବିଭିନ୍ନ ଔଷଧ ଦିଆଯାଉଥିଲା। ବିନିର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୪ଟି ଏସୀୟ (୮ ସିଂହ ଓ ୬ ସିଂହୀ) ଓ ୭ଟି ବର୍ଣ୍ଣଶଙ୍କର (୪ସିଂହ ଓ ୩ ସିଂହୀ)ଙ୍କୁ ମିଶାଇ ମୋଟ ୨୧ଟି ସିଂହ ଅଛନ୍ତି।

Share Now:

Kalinga News Beuro

Next Post

ଧନ୍‌ତେରସ୍‌ : ଆଜି ‘ଜାତୀୟ ଆୟୁର୍ବେଦ ଦିବସ’

Fri Nov 10 , 2023
ସ୍ବାସ୍ଥ୍ୟ ପାଇଁ ଧନ୍ବନ୍ତରୀ ଓ ଧନ ପାଇଁ ମା’ ଲକ୍ଷ୍ମୀଙ୍କ ପୂଜା ଭୁବନେଶ୍ବର: କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପଡ଼ୁଥିବା ଏହି ପର୍ବ ସାଧାରଣତଃ ଦୀପାବଳିର ପରିବେଶକୁ ଅଧିକ ଉତ୍ସବମୁଖର କରିଥାଏ। ଆଉ ଧନ୍‌ତେରସ୍‌କୁ ଅଧିକ ମୁଖରିତ ଓ ଚଳଚଞ୍ଚଳ କରେ ଏହି ଦିନର ସୁନା କିଣା। ଏହି ଦିନ ମା’ ମହାଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ବିଶ୍ବାସ ରହିଛି, ଧନତେରସ୍‌ ଦିନ କିଛି ସୁନା କିମ୍ବା ରୁପା ଘରକୁ […]
‘ଜାତୀୟ ଆୟୁର୍ବେଦ ଦିବସ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial