ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଅଗ୍ନିକାଣ୍ଡ

ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଅଗ୍ନିକାଣ୍ଡ

ପୁରୀ: ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଅବଶ୍ୟ ଲିଭାଇବାରେ ସକ୍ଷମ ହୋଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି। ତଦନ୍ତ ପାଇଁ ରେଳବାଇ ଟିମ ଖୋର୍ଦ୍ଧାରୁ ଆସୁଥିବା ଜଣାଯାଇଛି। ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନ୍ର ବଗିଗୁଡ଼ିକର ମରାମତି ସହ ସଫା କରାଯାଉଥିଲା। ସେହି ସମୟରେ ଏକ ଏସି ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା। ପରେ ସେହି ନିଆଁ ବ୍ୟାପିବାରେ ଲାଗିଲା। କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବଗିଟି ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ଜିଆରପି ଓ ଆରପିଏଫ ଅଧିକାରୀଙ୍କ ସମେତ ରେଳବାଇର ଉପରିସ୍ଥ ଅଧିକାରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୪୦ ମିନିଟ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତକୁ କରାଯାଇଥିଲା।

Share Now:

Kalinga News Beuro

Next Post

ତେଲ ପ୍ୟାକେଟ୍‌ରେ ଠକାମୀ : ହାଇକୋର୍ଟ ଯିବ ଓଡ଼ିଶା ବ୍ୟବସାୟୀ ମହାସଂଘ

Tue Nov 14 , 2023
୯୧୦ ଗ୍ରାମ୍‌ ବଦଳରେ ୮୫୦ରୁ କମ୍‌ ରହୁଛି ଭୁବନେଶ୍ବର: ଖାଇବା ତେଲର ପାଉଚ୍‌ କିଣିବା ବେଳେ ଗ୍ରାହକମାନେ ଯେତିକି ଟଙ୍କା ଗଣୁଛନ୍ତି ତାଙ୍କୁ ସେତିକି ତେଲ ମିଳୁନାହିଁ। ଏକ ଲିଟର ପାଉଚ୍‌ର ଓଜନ ୯୧୦ ଗ୍ରାମ ରହିବା କଥା। ମାତ୍ର ରାଜ୍ୟରେ ବିକ୍ରି ହେଉଥିବା କେତେକ ଖାଇବା ତେଲ ପାଉଚ୍‌ର ଓଜନ ୮୫୦ ଗ୍ରାମରୁ ବି କମ୍ ରହୁଛି। ଏହାକୁ ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ଚିନ୍ତା ପ୍ରକଟ କରିବା […]
ତେଲ ପ୍ୟାକେଟ୍‌ରେ ଧୋକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial