ପଦ୍ମପୁର ଜିଲ୍ଲାରେ ନ ମିଶିବା ଦାବିରେ ୧୨ ଘଣ୍ଟିଆ ବିଜେପୁର ବନ୍ଦ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ପ୍ରସ୍ତାବିତ ପଦ୍ମପୁର ଜିଲ୍ଲାରେ ମିଶିବେ ନାହିଁ ବୋଲି ବିଜେପୁର ନାଗରିକ କମିଟି ସହ ବିଭିନ୍ନ ସଂଗଠନ ଏକାଠି ହୋଇ ପ୍ରତିବାଦ କରୁଛନ୍ତି। ବିଜେପୁର ବ୍ଲକ ଓ ଏନ-ଏ-ସି ଅଞ୍ଚଳ ସାମିଲ ନ ହେବା ପାଇଁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ଠପ ରହିଛି। ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହେଉଥିବା ବେଳେ ବିଭିନ୍ନ ଛକରେ ପ୍ରତିବାଦକାରୀମାନେ ପିକେଟିଂ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବିଭିନ୍ନ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Share Now:

Kalinga News Beuro

Next Post

ପର୍ଯ୍ୟଟକ ବସ ଦୁର୍ଘଟଣାରେ ୨୫ ଆହତ, ୨ ଗୁରୁତର

Wed Dec 27 , 2023
ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମାହାକୁଡି ନିକଟରେ ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ୨୫ ପର୍ଯ୍ୟଟକ ଆହତ ହୋଇଛନ୍ତି। ଏଣେ ୨ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଆଧାରରେ ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ ପର୍ଯ୍ୟଟକ। ଦାରିଙ୍ଗବାଡ଼ିରୁ ଗଜପତି ଯିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।କନ୍ଧମାଳ ଜିଲ୍ଲାର ଓଡ଼ିଶାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial