ପର୍ଯ୍ୟଟକ ବସ ଦୁର୍ଘଟଣାରେ ୨୫ ଆହତ, ୨ ଗୁରୁତର

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମାହାକୁଡି ନିକଟରେ ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ୨୫ ପର୍ଯ୍ୟଟକ ଆହତ ହୋଇଛନ୍ତି। ଏଣେ ୨ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଆଧାରରେ ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ ପର୍ଯ୍ୟଟକ। ଦାରିଙ୍ଗବାଡ଼ିରୁ ଗଜପତି ଯିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କନ୍ଧମାଳ ଜିଲ୍ଲାର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିକୁ ବୁଲିବା ପାଇଁ କଲିକତାର ଏକ ଟାଇକୁଣ୍ଡ ଆସୋସିଏସନ ପ୍ରାୟ ୮୦ଜଣ ଛାତ୍ରଛାତ୍ରୀ ଦୁଇଟି ବସରେ ଦାରିଙ୍ଗବାଡ଼ି ବୁଲି ଆସିଥିଲେ। ଆଜି ଗୋପାଳପୁର ଯିବା ପାଇଁ ଭାୟା ବ୍ରାହ୍ମଣୀଗାଁ ବାଟ ଦେଇ ଯାଉଥିଲେ। ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମହାଗୁଡ଼ି ଗ୍ରାମ ନିକଟ ଏକ ବୁଲାଣିରେ ଟୁରିଷ୍ଟ ବସ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଦୁର୍ଘଟଣା ଘଟିଥିଲା। ବସରେ ଥିବା ୨୭ଜଣ ଆହତଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି। ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିବା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ୱିନ ସିଟିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ: ପୁଲିସ କମିଶନର

Wed Dec 27 , 2023
ଭୁବନେଶ୍ୱର: ନୂଆ ବର୍ଷ ପାଇଁ ଆକ୍ସନ ମୋଡରେ କମିଶନରେଟ ପୁଲିସ। ରୋଡ ରୋମିଓ ସାବଧାନ। ରାସ୍ତାରେ ବୁଲିବ ସିପିଙ୍କ ସ୍କାଡ୍। ଏନେଇ ସୂଚନା ଦେଇ ପୁଲିସ କମିଶନର କହିଛନ୍ତି, ଜିରୋ ନାଇଟ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ଶାନ୍ତି ଶୃଙ୍ଖଳା ସହ ନିଉ ଇୟର ସେଲିବ୍ରେସନ କରନ୍ତୁ, ନିୟମ ଉଲ୍ଲଙ୍ଘନ କରିବା କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ – ଅନ ଦ ସ୍ପଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial