କଲେଜ ଛାତ୍ର ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ, ଯାତାୟତ ଠପ୍

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁସ୍ଥିତ ଭୈରବ ଯୁକ୍ତ ତିନି ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷ ଛାତ୍ର ଦୀପକ ଗଣ୍ଡଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ପରେ ଆଜି ଉତ୍ତେଜନା ଦେଖାଯାଇଛି। ଛାତ୍ରଛାତ୍ରୀମାନେ କ୍ଷତିପୂରଣ ଦାବିରେ ନବରଙ୍ଗପୁର-ଉମରକୋଟ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଜିଲ୍ଲାର ଏହି ଦୁଇ ସହରକୁ ଯାତାୟତ ଠପ୍ ରହିଛି।
ସୂଚନା ଅନୁସାରେ ଗତ ୩୧ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ନିଜର ଜଣେ ସାଙ୍ଗଙ୍କ ସହିତ ଦୀପକ ଗଣ୍ଡ ବଜାରକୁ କିଛି ଜିନିଷପତ୍ର କିଣିବାକୁ ଯାଇଥିଲେ। ବଜାର କାମ ସାରି ଭୈରବ ଯୁକ୍ତ ତିନି ମହାବିଦ୍ୟାଳୟର ଛାତ୍ରାବାସକୁ ଫେରିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୀପକ ଛଟପଟ ହେଉଥିବା ବେଳେ ଗାଡ଼ିଟି ଉମରକୋର୍ଟ ରାସ୍ତାରେ ଦ୍ରୁତଗତିରେ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରୁ ଦୀପକଙ୍କୁ ଉଦ୍ଧାର ପରେ କୋରାପୁଟ ବଡ଼ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ଗତକାଲି ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣାକୁ ତିନି ଦିନ ହୋଇଥିଲେ ବି ପୁଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିପାରି ନାହିଁ। ଦୁର୍ଘଟଣା କରିଥିବା ଗାଡ଼ି ମଧ୍ୟ ଏଯାଏଁ ଚିହ୍ନଟ ହୋଇପାରି ନାହିଁ। ତେଣୁ କଲେଜ ଛାତ୍ରଛାତ୍ରୀମାନେ ଆଜି ରାଜରାସ୍ତା ଅବରୋଧ ସହ କ୍ଷତିପୂରଣ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଯାନବାହନ ଯାଞ୍ଚ ବେଳେ ୪୦ରୁ ଉର୍ଦ୍ଧ୍ୱ ଗାଡ଼ିରୁ ୨ ଲକ୍ଷରୁ ଅଧିକ ଜରିମାନା ଆଦାୟ

Tue Jan 2 , 2024
ଘୁ ଉଦୟଗିରି: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପୁଲିସର ମିଳିତ ସହଯୋଗରେ ସ୍ଥାନୀୟ ଶ୍ରୀରାମପଦା ଠାରେ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ଦାସ, କନେଷ୍ଟେବଳ ଜ୍ୟୋତି ରଞ୍ଜନ ପରିଡ଼ା ଓ ସ୍ଥାନୀୟ ପୁଲିସ ଏସଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ଯାନବାହନ ଯାଞ୍ଚ୍ କରାଯାଇଥିଲା। ଯାଞ୍ଚ୍ ବେଳେ ଚାଳକମାନଙ୍କ ଲାଇସେନ୍ସ, ହେଲମେଟ, ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ଇନ୍ସୁରାନସ୍ କାଗଜ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial