୨ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ: ମଙ୍ଗଳବାର ୨ ଜଣ ହାର୍ଡକୋର୍‌ ମହିଳା ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନାନୁସାରେ କିଛିଦିନ ହେଲା ବୌଦ୍ଧ ଜିଲ୍ଲା ଶଗଡ଼ା ଫାଣ୍ଡି ଓ କଣ୍ଟାମାଳ ଥାନାର ଆଭ୍ୟନ୍ତରୀଣ ଜଙ୍ଗଲରେ କେକେବିଏନ୍ ଡିଭିଜନର ମାଓବାଦୀ ତାଙ୍କର ଉପସ୍ଥିତି ଜାହିର କରିଥିବା ବେଳେ ବୌଦ୍ଧ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିଲା। ତିନି ତିନି ଥର ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ ଏବଂ ପୁଲିସ ବହୁ ମାଓ ସାମଗ୍ରୀ ଜବତ କରିଥିଲା। ତେବେ କିଛିଦିନ ତଳେ କଣ୍ଟାମାଳରେ ବୌଦ୍ଧ ଏସ୍‌ପି ଏକ ସାମ୍ୱାଦିକ ସମ୍ମିଳନୀରେ ମାଓବାଦୀ ଆତ୍ମସମର୍ପଣ କରିବାକୁ ଆହ୍ଵାନ କରିଥିଲେ।
୨ ଜଣ ହାର୍ଡକୋର ମହିଳା ମାଓବାଦୀ ଦକ୍ଷିଣଞ୍ଚଳ ଆଇଜି ଜି.ପି. ନାରାୟଣ ପଙ୍କଜ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ବୌଦ୍ଧ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ କରିଥିବା ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କୁ ସ୍ୱାଗତ କରାଯିବା ସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ ସମୟରେ ଏସ୍‌ପି ରାଜ ପ୍ରସାଦଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଦୁଇ ହାର୍ଡକୋର ମାଓବାଦୀ ହେଲେ ମନୀଷା ଥାଟି (୨୧) ଓ ଚମ୍ପା କୋରାମ (୨୨)। ଦୁହେଁ ଛତିଶଗଡ଼ ଅଞ୍ଚଳର ହୋଇଥିବା ବେଳେ କେକେବିଏନ୍ ଡିଭିଜନରେ ଯୋଗ ଦେଇଥିଲେ। ସେମାନେ ୨୦୧୮ ମସିହାରୁ ସିପିଆଇ (ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ। ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ଅନେକ ହିଂସା ଘଟଣାରେ ଜଡ଼ିତ ଥିଲେ। ମାଓବାଦୀ ସଂଗଠନରେ ମହିଳା କ୍ୟାଡରକୁ ଯୌନ ନିର୍ଯାତନା, ମିଥ୍ୟା ପ୍ରତିଶ୍ରୁତି, ସାନମାନଙ୍କୁ ଭୟଭୀତ କରାଇବା ତଥା ପାଣ୍ଠି ଯୋଗାଇବା ଭଳି ଅନୈତିକ କାର୍ଯ୍ୟକଳାପ କରୁଥିବା ଯୋଗୁଁ ସେମାନେ ବିବ୍ରତ ଓ ନିରାଶ ହୋଇଥିଲେ। ଶେଷରେ ସରକାରଙ୍କ ନିକଟରେ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାରେ ଆକର୍ଷିତ ହେବା ସହ ସାଧାରଣ ଜୀବନଯାପନ କରିବାକୁ ମନସ୍ଥ କରି ସେମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ଏବେ ବି ଯେଉଁମାନେ ମାଓବାଦୀ ସଂଗଠନରେ କାର୍ଯ୍ୟ କରୁଛନ୍ତି ସେମାନେ ଆତ୍ମସମର୍ପଣ କରି ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାର ସୁଯୋଗ ନେବା ସହ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଇଜି ଜି.ପି. ନାରାୟଣ ପଙ୍କଜ ଓ ଏସ୍‌ପି ରାଜପ୍ରସାଦ ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଗଛରେ ପିଟିହେଲା ବାଇକ୍‌ : ଦୁଇ ଯୁବକଙ୍କ ମୃତ୍ୟୁ

Sun Feb 18 , 2024
ନରସିଂହପୁର: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଋଷିପଡ଼ା-କାନପୁର ରାସ୍ତାରେ ଗଛରେ ବାଇକ୍‌ ପିଟିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ମୁନା ସାହୁ (୨୧) ଓ ରାକେଶ ପଣ୍ଡା (୧୯)। ପ୍ରାପ୍ତ ସୂଚନା ମୁତାବକ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ବଡ଼ମ୍ବା ଥାନା ଅନ୍ତର୍ଗତ ବେଲିଆପାଳ ଗ୍ରାମର ରାମ ସାହୁଙ୍କ ପୁଅ ମୁନା ସାହୁ ଓ ଅନ୍ୟ ଜଣେ ରାକେଶ ପଣ୍ଡା ବାଇକ୍‌ରେ କାନପୁର ଅଭିମୁଖେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial