ମହାରାଷ୍ଟ୍ର ବିଧାନସଭାରେ ମରାଠା ସଂରକ୍ଷଣ ବିଲ୍ ଗୃହୀତ

ମୁମ୍ବାଇ : ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟ ପାଇଁ ୧୦ଟି ସଂରକ୍ଷଣ ପାଇଁ ବାଟ ସଫା ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ଏକନାଥ ସିନ୍ଦେ ସରକାର ବିଧାନସଭାରେ ସଂରକ୍ଷଣ ବିଲ୍ ଆଗତ କରିଥିଲେ, ଯାହାକି ଗୃହୀତ ହୋଇଛି। ଏହି ବିଲ୍ ଏବେ ବିଧାନ ପରିଷଦରେ ଉପସ୍ଥାପିତ ହେବ ଏବଂ ତାପରେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ଏହି ସଂରକ୍ଷଣ ବିଲ୍ ଉପସ୍ଥାପନ କରିବା ସମୟରେ ଏହାକୁ ପୂର୍ଣ୍ଣ ସମର୍ଥନ ସହ ପାସ୍ କରିବାକୁ ନିବେଦନ କରିଥିଲେ। ତେବେ ଶାସକ ମେଣ୍ଟର ଗୃହ ଛଗନ ଭୁଜବଳଙ୍କ ସମେତ କିଛି ବିରୋଧୀ ନେତା ବିଲକୁ ବିରୋଧ କରିଥିଲେ।
ଏହାପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସର୍ବସମ୍ମତିକ୍ରମେ ଏହି ବିଲ୍ ପାରିତ କରିବାକୁ ନିବେଦନ କରିଥିଲେ, ଯେଉଁଥିରେ ବିରୋଧୀ ଦଳ ନେତା ବିଜୟ ଭେଡେଟିୱାର ରାଜି ହୋଇଥିଲେ। ଆଉ ଏହାପରେ ମରାଠା ସଂରକ୍ଷଣର ଏହି ବିଲ୍ ନିମ୍ନ ସଦନରୁ ସ୍ୱର ଭୋଟରେ ପାରିତ ହୋଇଥିଲା। ମହାରାଷ୍ଟ୍ର ରାଜ୍ୟ ପଛୁଆ ବର୍ଗ ଆୟୋଗ (ଏମଏସବିସିସି)ର ରିପୋର୍ଟ ଏବଂ ଡ୍ରାଫ୍ଟ ବିଲ୍ ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ର ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପିତ ହୋଇଛି। ମରାଠା ସଂରକ୍ଷଣକୁ ଅନୁମୋଦନ କରିବା ହେଉଛି ଏହି ଅଧିବେଶନର ମୁଖ୍ୟ ଏଜେଣ୍ଡା।

Share Now:

Kalinga News Beuro

Next Post

ବସନ୍ତରେ ଗ୍ରୀଷ୍ମଋତୁର ଅନୁଭୂତି: ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୫.୬ ଡିଗ୍ରି ରେକର୍ଡ

Tue Feb 20 , 2024
ଭୁବନେଶ୍ୱର: ବସନ୍ତ ଋତୁରେ ଗ୍ରୀଷ୍ମଋତୁର ଅନୁଭୂତି। ବସନ୍ତ ଋତୁର ପବନ ପ୍ରବାହିତ ହେବା ବଦଳରେ ଟାଣଖରାର ପ୍ରଭାବ ରହୁଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମଋତୁର ଖରା ଅନୁଭୂତ ହୋଇଛି। ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡ଼ିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋମବାର ଦିନ ୨ଟା ୩୦ ସୁଧା ୩୨.୮ ଡ଼ିଗ୍ରି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial