ୱାଶିଂଟନ: ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ରୁଷିଆକୂ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କରିବା ଲାଗି ଆମେରିକା ପକ୍ଷରୁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା କରାଯାଇଛି। ଆମେରିକାର ଟ୍ରେଜେରି ବିଭାଗ ରୁଷିଆ ବିରୋଧରେ ୫୦୦ ନୂଆ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରିଛି। ଏନେଇ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ପ୍ରଦାନ କରାଯାଇଛି। ୨୦୨୨ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଅନ୍ତର୍ଜାତୀୟସ୍ତରରେ ବହୁ ଚାପ ସତ୍ତ୍ବେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଯୁଦ୍ଧ ବନ୍ଦ କରି ନାହାନ୍ତି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟ୍ରେଜେରି ବିଭାଗକୁ ନୂଆ ପ୍ରତିବନ୍ଧକ ଲାଗୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନୂଆ ପ୍ରତିବନ୍ଧକରେ ମୁଖ୍ୟତଃ ରୁଷିଆର ବଡ଼ ବଡ଼ ଶିଲ୍ପପତିଙ୍କ ଉପରେ ପ୍ରତବନ୍ଧକ ପାଇଁ ଯୋଜନା କରାଯାଇଛି। ଏହି ତାଲିକାରେ ରୁଷିଆର ଦ୍ବିତୀୟ ବୃହତମ ବ୍ୟାଙ୍କର ନାମ ମଧ୍ୟ ରହିଛି। ପୁଟିନଙ୍କ ଦୃଢ଼ ସମାଳୋଚକ ଥିବା ଆଲେକ୍ସି ନାଭାଲନିଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଆମେରିକା ପକ୍ଷରୁ ନୂଆ ପ୍ରତିବନ୍ଧକ ଲାଗୁ ପାଇଁ ଯୋଜନା କରାଯାଇଛି।
ଆମେରିକାର ରୁଷିଆ ବିରୋଧରେ ପୁଣି ନୂଆ ପ୍ରତିବନ୍ଧକ

Share Now: