ତାଇଓ୍ବାନ ଉପରେ ଚୀନର ଆକ୍ରମଣ ଆଶଙ୍କା ବଢୁଛି

ତାଇଓ୍ବାନ ଉପରେ ଚୀନର ଆକ୍ରମଣ ଆଶଙ୍କା-1

ମୁକାବିଲା ପାଇଁ ଗୋପନ ପ୍ରସ୍ତୁତି ଆରମ୍ଭ କଲେ ଆମେରିକା, ଜାପାନ

ଟୋକିଓ : ପୂର୍ବ ଏସିଆର କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ତାଇଓ୍ବାନକୁ ଚୀନ ବଳପୂର୍ବକ ଅଧିକାର କରିନେବାର ଆଶଙ୍କା ଦିନକୁ ଦିନ ବଢିଚାଲିଛି। ଚୀନର କାର୍ୟ୍ୟକଳାପରୁ ଜଣାପଡୁଛି ଯେ ଚୀନ ଯେକୌଣସି ସମୟରେ ତାଇଓ୍ବାନକୁ ଅଧିକାର କରିବାକୁ ସାମରିକ ଅଭିଯାନ ଆରମ୍ଭ କରିପାରେ। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନର ମିତ୍ର ରାଷ୍ଟ୍ର ଜାପାନ ଓ ଆମେରିକା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦ ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ତାଇଓ୍ବାନ ଉପରେ ଚୀନ ଆକ୍ରମଣ କଲେ ତାହାର କିପରି ମୁକାବିଲା କରାଯିବ ତାହାକୁ ନେଇ ଆମେରିକା ଓ ଜାପାନ ଏକ ଗୋପନ ସାମରିକ ରଣନୀତି ପ୍ରସ୍ତୁତ କରିଛନ୍ତି। ଗତ ବର୍ଷଠାରୁ ଉଭୟ ଦେଶ ଏହି ଯୋଜନା ଉପରେ କାମ ଆରମ୍ଭ କରିଦେଇଛନ୍ତି। ଏହି ଯୋଜନା ଅନୁସାରେ ଉଭୟ ଦେଶ ଦକ୍ଷିଣ ଚୀନ ସାଗର ଓ ପୂର୍ବ ଚୀନ ସାଗରେ ଯୁଦ୍ଧାଭ୍ୟାସ କରୁଛନ୍ତି। ଆହୁରି ମଧ୍ୟ ଯୁଦ୍ଧ ହେଲେ ଆମେରିକା କିପରି ଜାପାନର ବାୟୁସେନା ଘାଟିଗୁଡ଼ିକର ବ୍ୟବହାର କରିବ ତାହାକୁ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ତାଇଓ୍ଵାନକୁ ଚୀନ ଅଧିକାର କରିବା ବିଷୟରେ ରାଷ୍ଟ୍ରପତି ସି ଜିନ ପିଂ ସଂକେତ ଦେଇଥିଲେ। ଚୀନ ରାଷ୍ଟ୍ରପତି କହିଥିଲେ ଯେ ଏହି ‘ସମସ୍ୟା’କୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ। ଶାନ୍ତିପୂର୍ଣ୍ଣ ଉପାୟରେ ଏହା ହେଲେ ଭଲ, କିନ୍ତୁ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ମଧ୍ୟ କରିବାକୁ ଚୀନ ପଛେଇବ ନାହିଁ। ୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇଓ୍ଵାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା। କିନ୍ତୁ ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି।

Share Now:

Kalinga News Beuro

Next Post

ଦରଭାରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

Thu Jul 1 , 2021
ମାଲକାନଗିରି: ସୀମାନ୍ତ ଛତିଶଗଡର ଦରଭା ଜଙ୍ଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଗୁଇନ୍ଦା ସୂତ୍ରରୁ ପକ୍କା ଖବର ମିଳିବା ପରେ ପୁଲିସ ଦରଭାର ଏଲେଙ୍ଗନାର ଜଙ୍ଗଲରେ ଚଢାଉ କରିଥିଲା। ଏଠାରେ ନକ୍ସଲ ପୂର୍ବରୁ କ୍ୟାମ୍ପ କରି ରହିଥିଲେ। ଯବାନ କ୍ୟାମ୍ପକୁ ଚାରି ପଟୁ ଘେରିବା ପରେ ନକ୍ସଲ ଯବାନଙ୍କ ଉପରେ […]
ଦରଭାରେ ଏନକାଉଣ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial