ଭିଣୋଇର ଟାଙ୍ଗିଆ ଚୋଟରେ ଶଳା ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁରେ ଘର ଅଗଣାରେ ଶୋଇଥିବା ସମୟରେ ଭିଣେଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଛନ୍ତି। ଗୁରତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ବେଲଗାଁ ଗ୍ରାମର ସୁରେନ କୁମ୍ଭାର (୨୫) ଆଜି ଅପରାହ୍ନରେ ନିଜ ଘର ବାରଣ୍ଡାରେ ଶୋଇ ଥିବା ବେଳେ ସ୍ତ୍ରୀ ଶିଳାବତୀ କୁମ୍ଭାର ସ୍ୱାମୀ ନିକଟରେ ବସିଥିଲେ। ତେବେ ଆଜି ଦିନ ଏକ ଘଣ୍ଟା ସମୟରେ ପାପଡାହାଣ୍ଡି ବ୍ଲକ କଡିଙ୍ଗଗୁଡା ଗ୍ରାମର ସୁରେନଙ୍କ ବଡ଼ ଭିଣେଇ ମୁରଲୀ କୁମ୍ଭାର(୪୦) ହଠାତ ଆସି ଟାଙ୍ଗିଆରେ ବେକକୁ ହାଣି ଦେଇଥିଲା ଏବଂ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଅଭିଯୁକ୍ତ ମୁରଲୀ ଓ ଟାଙ୍ଗିଆକୁ ଗ୍ରାମବାସୀ କାବୁ କରି ପୁଲିସକୁ ଜିମା ଦେଇଥିଲେ।
ଶେଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏଠାରେ ପ୍ରକାଶ ଯେ ଆଜିକୁ ପାଞ୍ଚ ବର୍ଷ ହେବ ବେଲଗାଁ ଗ୍ରାମରେ ସୁରେନଙ୍କ ବଡ଼ ଭିଣେଇଙ୍କ ପରିବାର ବେଲଗାଁ ଗ୍ରାମରେ ରହୁଛନ୍ତି। ତେବେ କଣ ପାଇଁ ବଡ଼ ଭିନେଇ ହତ୍ୟା ଉଦ୍ୟମ କରିଥିଲେ ଜଣାପଡିନାହିଁ।

Share Now:

Kalinga News Beuro

Next Post

ନିର୍ବାଚନ ପାଇଁ ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ ପୁଲିସ ଫୋର୍ସ

Wed May 22 , 2024
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିର୍ବାଚନକୁ ନେଇ ପୁଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରି ଫେୟାର ନିର୍ବାଚନ ନେଇ ପୁଲିସ ଅଧିକାରୀଙ୍କ ସହ ପୁଲିସ କମିଶନରଙ୍କ ଆଲୋଚନା ହୋଇଛି। ନିର୍ବାଚନ ପାଇଁ ରାଜଧାନୀରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୨ କମ୍ପାନି ସିଏପିଏଫ୍‌ ଫୋର୍ସ ମୁତୟନ ହେବେ। ରାଜଧାନୀର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ଟି ସ୍ଥାନରେ ୧୧୩୨ଟି ପୁଲିଂ ବୁଥ ରହିଛି। ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୬୯ଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial