କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧ ଡାଇରିଆ ଆକ୍ରାନ୍ତଙ୍କୁ ଭର୍ତ୍ତି

କୋରାପୁଟ: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ଫେରିଲା ପରେ ଓଡ଼ିଶାର ୧୧ ଜଣ ଶ୍ରଦ୍ଧାଳୁ ଡାଇରିଆର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ କୋରାପୁଟ ଜିଲ୍ଲା କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳର ୨୮ ଜଣ ତୀର୍ଥଯାତ୍ରୀ ଗତ ୧ ତାରିଖ ଦିନ ଆଯୋଧ୍ୟା ଅଭିମୁଖେ ବାହାରି ଥିଲେ। ତୀର୍ଥଯାତ୍ରୀମାନେ ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିଥିଲେ। ସେହିପରି ସେମାନେ ଅନ୍ୟ ତୀର୍ଥ ସ୍ଥଳୀକୁ ମଧ୍ୟ ଯାଇଥିଲେ। ତୀର୍ଥ ଯାତ୍ରା ସାରି ଆଜି ସକାଳୁ ସମସ୍ତେ ଫେରିଥିଲେ। ତେବେ ୧୧ ଜଣ ଡାଇରିଆର ସାମ୍ନା କରିଥିଲେ। ସେମାନଙ୍କୁ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଁରେ ମେଡିକାଲ ଟିମ୍‌ ପହଞ୍ଚି ତନାଘନା କରୁଛନ୍ତି।

Share Now:

Kalinga News Beuro

Next Post

ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବଦ୍‌ନାମ କରିବାକୁ ଫେକ୍‌ ଆଇଡି

Thu Jun 13 , 2024
ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମରେ ଫେକ୍‌ ଆଇଡି ଖୋଲା ହୋଇଛି। ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ହେବାର ୨୪ ଘଣ୍ଟା ନପୁରୁଣୁ ତାଙ୍କ ନାମରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫେକ୍‌ ଆକାଉଣ୍ଟ ଖୋଲାଯାଇ ତାଙ୍କୁ ବଦ୍‌ନାମ କରିବାକୁ ଉଦ୍ୟମ କରାଯାଇଛି। ସେହି ‌ଫେକ୍‌ ଆକାଉଣ୍ଟରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ ହେଉଛି, ଯାହାକି ଅନେକଗୁଡ଼ିଏ ଡିଜିଟାଲ ଓ ଟେଲିଭିଜନରେ ପ୍ରକାଶ ପାଇଛି। ଏଘଟଣା ସଂର୍ପରେ ସରକାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial