ଦ୍ଵାରଶୁଣୀ ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ : ୬ ମୃତ , ଛଅ ଗୁରୁତର

ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ଦ୍ଵାରଶୁଣୀ ଘାଟି ପାଲଟିଛି ମରଣଯନ୍ତା। ବାଙ୍ଗିରିପୋଷି ଦ୍ଵାରଶୁଣୀ ଘାଟିରେ ୩ ରାତି ଯାତ୍ରା ପରିବେଷଣ କରି ଧଉଳି ଗଣନାଟ୍ୟର ଟ୍ରକ୍ ବାରିପଦା ଅଭିମୁଖେ ଯାଉଥିଲା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ହୋଇଛିନ୍ତି। ଏହି ଗାଡ଼ିରେ ମୁଖ୍ୟତଃ ଲାଇଟ୍ ଓ ସାଉଣ୍ଡ ସରଞ୍ଜାମ ଯାଉଥିଲା। ଟ୍ରକରେ ୧୩-୧୫ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଶ୍ରମିକ ଶ୍ରେଣୀର। ଅନ୍ୟମାନେ ଲାଇଟ୍ ଅପରେଟର ଥିଲେ। ଟ୍ରକଟି ଘାଟିରୁ ଓହ୍ଲାଇବା ବେଳେ ଶେଷ ବାଙ୍କରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକର ଇଞ୍ଜିନ ରାସ୍ତା ଉପରେ ଥିବା ବେଳେ ଡାଲା ତଳକୁ ଖସି ପଡ଼ିଥିଲା। ଫଳରେ ଡଲାରେ ଲାଇଟ୍ ଓ ସାଉଣ୍ଡ ସରଞ୍ଜାମ ଥିବା ବଡ଼ ବଡ଼ ବାକ୍ସ ସବୁ ତଳକୁ ଖସି ଚୂରମାର ହୋଇ ଯାଇଥିଲା। ବାକ୍ସ ଉପରେ ବସିଥିବା ଲୋକେ ତଳେ ଚାପିହୋଇ ଯାଇଥିଲେ।
ଖବର ପାଇ ପୁଲିସ ଓ ଦମକଳବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କଲା ବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ଡାକ୍ତରଖାନରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୬ ଜଣ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି। ତେବେ ଆଉ ଜଣେ ଦୁଇଜଣ ଏବେ ବି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। କୋହଲା ପାଗ ଓ ଲଗାଣ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି। ପୁଲିସ ମୃତକଙ୍କ ପରିଚୟ ପାଇଁ ସଂପୃକ୍ତ ଯାତ୍ରା ପାର୍ଟି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛି।

Share Now:

Kalinga News Beuro

Next Post

ଏୟାର ଇଣ୍ଡିଆ ଉପ‌ରେ ୧.୧୦ କୋଟି ଟଙ୍କାର ଜରିମାନା ଲଗାଇଲା ଡିଜିସିଏ

Wed Jan 24 , 2024
ନୂଆଦିଲ୍ଲୀ: ଭାରତର ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ (ଡିଜିସିଏ) ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୧.୧୦ କୋଟି ଟଙ୍କା ଜରିମାନା ଲଗାଇଛି। ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ସୁରକ୍ଷା ରିପୋର୍ଟ ପ୍ରଦାନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିମାନ ନିୟାମକ ପକ୍ଷରୁ ସୂଚନା ମିଳିଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିସିଏ ରିପୋର୍ଟ ପାଇବା ପରେ ଏହାକୁ ନେଇ ଜେର୍‌‌ସୋର୍‌ରେ ତଦନ୍ତ କରିଥିଲା। କେବଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial