ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ର ଖୋଲିବ। ଯାହାକି ଏକ ଭଲ ଖବର ବୋଲି କୁହାଯାଉଛି। ମଙ୍ଗଳବାର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ର ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞୁରୀ ଦେଇଛନ୍ତି। ଅଗ୍ନିଶମ ସେବାକେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶଜଣ କର୍ମଚାରୀ ରହିବାର ବ୍ୟବସ୍ଥା ରହିଛି। ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଥିବା କୁହାଯାଉଛି। ଅଗ୍ନିଶମ ସେବାକେନ୍ଦ୍ର ଖୋଲିବା ଦ୍ବାରା ଏମ୍ସ ପରି ଏକ ସର୍ବଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଏସସିବି ମେଡିକାଲ, ଏମକେସିଜି ମେଡିକାଲ, ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ କେନ୍ଦ୍ର ରହିଛି। ସାରା ରାଜ୍ୟରେ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ଲୋକଙ୍କୁ ସେବା ଯୋଗାଉଛି । ଯଦ୍ବାରା ଅନେକ ଲୋକ ଉପକୃତ ବି ହୋଇଛନ୍ତି।

Share Now:

Kalinga News Beuro

Next Post

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

Tue Jul 6 , 2021
ଭୁବନେଶ୍ୱର: ରଥଯାତ୍ରାରେ ଗଜପତି କରିବେ ଛେରାପହଁରା। ସ୍ନାନପୂର୍ଣ୍ଣମାରେ ଛେରାପହଁରା କରିନଥିବା ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରାପହଁରା କରିବେ ବୋଲି ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ଏମିତିକି ସେ ଆହୁରି କହିଛନ୍ତି ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ। ଆର୍ଥାତ୍‌ ବାହୁଡ଼ାରେ ମଧ୍ୟ ଛେରାପହଁରା କରିପାରନ୍ତି ବୋଲି କହିଛନ୍ତି ଗଜପତି ମହାରାଜ। ତେବେ ଅନ୍ୟ […]
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ ଜଗନ୍ନାଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial