ଜଳପ୍ରପାତରେ ସେଲଫି ନେବା କାଳ ହେଲା : ପାଣିରେ ବୁଡ଼ି ୨ ଭାଇଙ୍କର ଅକାଳ ବିୟୋଗ

ମାଲକାନଗିରି: ମାଥିଲି ଥାନା ଅଞ୍ଚଳର ଗୁମ୍ମାଝରଣ ଜଳପ୍ରପାତରେ ଆଜି ଅଘଟଣ ଘଟିଛି। ସେଲଫି ନେବା ଦୁଇ ଭାଇଙ୍କ ପାଇଁ କାଳ ହୋଇଛି। ପାଣିରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ ଆଜି ସକାଳେ ଜୟପୁର ସହର ବାସିନ୍ଦା ବାଳକୃଷ୍ଣ ସାହୁଙ୍କ ପରିବାର ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ସବୁ ଠିକଠାକ ଚାଲିଥିଲା। ତେବେ ଏହି ପରିବାରର ଦୁଇ ଭାଇ ପ୍ରଦୀପ ସାହୁ(୩୪) ଏବଂ ସାନଭାଇ ସନ୍ଦୀପ ସାହୁ(୩୦) ଜଳପ୍ରପାତ ନିକଟରେ ସେଲଫି ଉଠାଉଥିଲେ। ସେମାନଙ୍କ ମଧ୍ୟରୁ ସାନ ଭାଇଙ୍କର ଗୋଡ ଖସିବାରୁ ପାଣିରେ ଖସି ପଡିଯାଇଥିଲେ। ଭାଇକୁ ବଞ୍ଚାଇବା ପାଇଁ ବଡ ଭାଇ ପାଣିରେ ଡେଇଁଥିଲେ। ତେବେ ଦୁହେଁ ପାଣିରେ ବୁଡିଯାଇଥିଲେ। ପାଣିରେ ଦୁଇ ଭାଇ ପାଣିରୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରିନଥିଲେ। ଦୁହେଁ ବୁଡିଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ତାଂକୁ ଉଦ୍ଧାର କରିଥିଲେ। ଦୁଇ ଭାଇଙ୍କୁ ମାଥିଲି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଦୁଇ ଭାଇଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି।ପୁଲିସ ଶବ ଜବତ କରିବା ସହ ବ୍ୟବଛେଦ କରାଇଛି।

Share Now:

Kalinga News Beuro

Next Post

ଭାରତରୁ ୟୁରୋପକୁ ଚାଲିବ ହାଇସ୍ପିଡ୍ ଟ୍ରେନ

Sat Jun 15 , 2024
ଜି-୭ ସମ୍ମିଳନୀରେ ଭାରତ-ୟୁରୋପ କରିଡରକୁ ନେଇ ସହମତି ବାରି (ଇଟାଲୀ): ଆମନ୍ତ୍ରିତ ସଦସ୍ୟ ଭାବେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ଭାରତ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। ଜି-୭ ଦେଶଗୁଡ଼ିକ ଭାରତକୁ ସବୁଠାରୁ ବଡ଼ ଉପହାର ଦେଇଛନ୍ତି। ଏହା ଜରିଆରେ ଏବେ ହାଇସ୍ପିଡ୍ ରେଳପଥ ଜରିଆରେ ଭାରତକୁ ସିଧାସଳଖ ୟୁରୋପ ସହ ଯୋଡ଼ିବାକୁ ସହମତି ପ୍ରକାଶ ପାଇଛି। ଏହାଦ୍ୱାରା ପଶ୍ଚିମ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ଭାରତର ବାଣିଜ୍ୟ ବହୁଗୁଣିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial