ଦକ୍ଷିଣ ଚୀନର ଭୟଙ୍କର ବନ୍ୟାରେ ୪୭ ମୃତ

ବେଜିଂ: ଚୀନର ଦକ୍ଷିଣାଞ୍ଚଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହୋଇଛି। ଭୂସ୍ଖଳନ ଯୋଗୁଁ ଶହ ଶହ ଘର ପାଣିରେ ବୁଡ଼ି ଯାଇଥିବା ବେଳେ ଅନେକ ଘର ଓ ଦୋକାନ ଭୁଶୁଡ଼ି ପଡ଼ିଛି। ଫଳରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ସାମ୍ନାକୁ ଆସୁଛି। ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ପ୍ରବଳ ବନ୍ୟା ଓ ଭୂସ୍ଖଳନରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ଆଶଙ୍କା କରାଯାଉଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ।
ଦେଶର ଦକ୍ଷିଣଭାଗରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ନଷ୍ଟ ହୋଇଛି ବୋଲି ଚୀନର ସରକାରୀ ଗଣମାଧ୍ୟମ ଶୁକ୍ରବାର ରିପୋର୍ଟ କରିଛି। ଲୋକେ ରାସ୍ତା ଓ ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ରିଲିଫ୍ ଯୋଗାଇବା କଷ୍ଟକର ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ ଯୋଗୁଁ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ସୃଷ୍ଟି ହେଉଛି। ବହୁ ସଂଖ୍ୟକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। କିଛି ଲୋକ ନିଖୋଜ ଥିବା ସୂଚନା ମିଳିଛି, ଯାହାର ଖୋଜାଖୋଜି ଜାରି ରହିଛି। ସରକାରୀ ପ୍ରସାରଣ ସଂସ୍ଥା ସିସିଟିଭି ଶୁକ୍ରବାର ଅପରାହ୍ନରେ କହିଛି ଯେ ମିଝାଉ ସହରରେ ଆଉ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ସେହି ସହରରେ ଆଉ ୯ ଜଣଙ୍କ ମୃତ୍ୟୁ ଘଟିଥିଲା।

Share Now:

Kalinga News Beuro

Next Post

ଧନୀ ଭାରତୀୟ ଦେଶ ଛାଡିବା ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କଲା କଂଗ୍ରେସ

Fri Jun 21 , 2024
ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସ୍ଥାନାନ୍ତରଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ନୂତନ ଆକଳନ ବିଷୟରେ ସେ କହିଛନ୍ତି ଯେ ୨୦୧୧ରେ ୧ ଲକ୍ଷ ୨୩ ହଜାର ଲୋକ ଦେଶର ନାଗରିକତ୍ୱ ଛାଡିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି, “ଗତ ତିନି ବର୍ଷ ମଧ୍ୟରେ ୧୭୦୦୦ ରୁ ଅଧିକ କୋଟିପତି ଭାରତ ଛାଡିଛନ୍ତି। ଏହି ଲୋକଙ୍କ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial