ବର୍ଷାପାଣିରେ ଭାସିଲା ସ୍ୱାସ୍ଥ୍ୟକେନ୍ଦ୍ର: ବାରଣ୍ଡାରେ ଖଟିଆ ପକାଇ ଚିକିତ୍ସା

ରୋଗୀ ହନ୍ତସନ୍ତ, ପାଣି ବୋହିବୋହି କର୍ମଚାରୀ ନୟାନ୍ତ

ବାଲିପାଟଣା: ବାଲିପାଟଣାରେ ଆଜି ମଧ୍ୟାହ୍ନରୁ ବର୍ଷା ହୋଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ର ଚାରିପଟେ ବର୍ଷାଜଳ ଜମି ରହି ଅପରାହ୍ନ ବେଳକୁ ଭିତରେ ପଶିଥିଲା। ସେତେବେଳେ କିଛି ବୃଦ୍ଧ ବ୍ୟକ୍ତି ଏବଂ ମହିଳା ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲେ। ଚାରିଆଡ଼େ ପାଣି ଲହଡ଼ି ମାରୁଥିଲା। ତେଣୁ ଶଯ୍ୟାକୁ ଯିବା ସମ୍ଭବ ହୋଇ ନଥିଲା। ଇଞ୍ଜେକ୍ସନ ଗୃହ, ସେବିକା କକ୍ଷ, ପୁରୁଷ ଅନ୍ତର୍ବିଭାଗ (ଆଇପିଡି) ବହିର୍ବିଭାଗ (ଓପିଡି) ପ୍ରଭୃତି ସବୁଆଡେ ଫୁଟେ ଉଚ୍ଚରେ ପାଣି ଜମି ରହି ରୋଗୀ ସେବାରେ ବାଧକ ସାଜିଥିଲା। ହସ୍ପିଟାଲ ସୁରକ୍ଷା କର୍ମୀ ରୁମରୁ ଖଟିଆ ଟେକି ଆଣି ହସ୍ପିଟାଲ ବାରଣ୍ଡାରେ ପକାଇବା ପରେ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ସେହିପରି ବୃଦ୍ଧା ଓ ମହିଳାମାନେ ଇଞ୍ଜେକ୍ସନ ନେବା ପରେ କାଠ ବେଞ୍ଚରେ ବିଶ୍ରାମ କରିଥିଲେ।
ଥଣ୍ଡା, ଜ୍ବର, ଝାଡ଼ାବାନ୍ତି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେପଟେ ହସ୍ପିଟାଲ କର୍ମଚାରୀ ପାଣି ବୋହିବୋହି ନୟାନ୍ତ ହୋଇପଡ଼ିଥିଲେ। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ଜାହିର କରିଛନ୍ତି। ପାଣି ନିଷ୍କାସନ ହୋଇ ନପାରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ କହିଛନ୍ତି। ଏକ ଠିକା ସଂସ୍ଥା ଗୋଡ଼ି ଗଦା କରିବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରା କହିଛନ୍ତି। ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ କରାଯାଇଛି ହେଲେ ସେ ଶୁଣୁନଥିବା ଡାକ୍ତର ଶ୍ରୀ ବେହେରା କହିଛନ୍ତି। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫-ଟି ଅନୁଦାନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଉନ୍ନତୀକରଣ ହୋଇଛି। ହେଲେ ଏଭଳି ବିକଳ ଚିତ୍ର ହସ୍ପିଟାଲର ଉନ୍ନତୀକରଣ କାମକୁ ଉପହାସ କରୁଛି।

Share Now:

Kalinga News Beuro

Next Post

ବିଜେପିରେ ଯୋଗଦେଲେ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହନ୍ତ

Thu Aug 1 , 2024
ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ମମତା ମହନ୍ତ। ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ହେଲେ ସାମିଲ। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା। ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା। ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା। ସେ କହିଛନ୍ତି ଯେ କାଲି ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲି। ମୋତେ ବିଜେଡି ସୁଯୋଗ ଦେଇଥିବାରୁ କୃତଜ୍ଞ। ଲୋକଙ୍କ ସେବା ଓ ଜନକଲ୍ୟାଣ କରିବା ମୋର ଲକ୍ଷ୍ୟ। ମାତ୍ର […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial