ବର୍ଣ୍ଣବୋଧ ପୋଡ଼ିକୁ ନିନ୍ଦା କଲେ ହଳଧର

ବରଗଡ଼ : କୋଶଲି ସାହିତ୍ୟ ଡଟ୍‌ ଇନ୍‌ ନାମକ ଫେସ୍‌ବୁୁକ୍‌ ପେଜ୍‌ରେ ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଅପ୍‌ଲୋଡ୍‌ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ପାଖରେ ଏକ ପୁରୁଣାକାଳିଆ ମୋବାଇଲ୍‌ ଅଛି। ସେଥିରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ସେ ଫେସ୍‌ବୁକ୍‌ କିମ୍ବା କୌଣସି ସୋସିଆଲ୍‌ ମିଡିଆ ସହ ଅବଗତ ନାହାନ୍ତି। କେଉଁ ଫେସ୍‌ବୁକ୍‌ ପେଜ୍‌ରେ ତାଙ୍କ ଫଟୋ ରହିବା କଥା ବି ସେ ଆଦୌ ଜାଣି ନାହାନ୍ତି। ସବୁ ଭାଷା ସମାନ। ସବୁ ଭାଷାର ମର୍ଯ୍ୟାଦା ରହିଛି। ଛବିଳ ବର୍ଣ୍ଣ‌େବାଧ ପଢ଼ି ହିଁ ସେ ଭାଷା ଶିଖିଛନ୍ତି। ବର୍ଣ୍ଣବୋଧ ପୋଡ଼ିବା ତ ଅପରାଧ, ତାହାର ଭିଡିଓ ଅପ୍‌ଲୋଡ୍‌ କରିବା ଆହୁତି ବଡ଼ ଅପରାଧ। ଏନେଇ ସେ ମେଲ୍‌ଛାମୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରୀ ସାହିତ୍ୟ ପରିଷଦର ଉତ୍ପନ୍ନ ଭୋଇ, ଧନପତି ମହାପାତ୍ର, ଡ. ସୁବାସ ମେହେର, ମୋହନ ସିଂ କହ୍ନେଇ, ଦ୍ୟୁତୀଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ହଳଧର ନାଗଙ୍କ ଏତଲା ଆଧାରରେ ମେଲ୍‌ଛାମୁଣ୍ଡା ପୁଲିସ୍‌ ଗାଇସିଲାଟ୍‌ ବ୍ଲକ ତାଲପଦର ଗାଁର ସାକେତ ଶ୍ରୀଭୂଷଣ ସାହୁଙ୍କୁ ଶୁକ୍ରବାର ଜେରା କରିଥିଲା। ପରେ ତାଙ୍କୁ ପୁଲିସ୍‌ ଛାଡ଼ି ଦେଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ତ୍ରିରଙ୍ଗାକୁ ସମ୍ମାନ ଏମିତି… ପ୍ରଦର୍ଶନୀ ପଡ଼ିଆ ସାରା ଭୂଇଁରେ ଲୋଟୁଛି

Sun Aug 18 , 2019
ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଦେଶପ୍ରେମ ପୂରା ଉଛୁଳି ପଡ଼ିଲା। ପୂରା ସହର ତ୍ରିରଙ୍ଗାମୟ ହୋଇଗଲା। ସମସ୍ତ ହାତରେ, ଘରେ, ଗାଡ଼ିରେ ତ୍ରିରଙ୍ଗା ଉଡ଼ିଲା। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ ବି ପୂରା ତ୍ରିରଙ୍ଗାମୟ ହୋଇଗଲା। ଦିଲ୍ଲୀର ଲାଲକିଲ୍ଲା ଭଳି ପ୍ରଦର୍ଶନୀ ପଡ଼ିଆକୁ ସଜେଇ ଦେଲେ। ହେଲେ ସ୍ୱାଧୀନତା ଦିବସ ପରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial