ଥଣ୍ଡାରେ ଥରୁଛି ଓଡ଼ିଶା : ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଏବଂ ତୁଷାରପାତ

ଝାରସୁଗୁଡା/ଲଇକେରା/କେନ୍ଦୁଝର/ସୁନ୍ଦରଗଡ଼: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଖବର ମିଳିଛି । ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇବା ପରେ କେତେକ ଅଂଚଳରେ ତୁଷାରପାତର ଚିତ୍ର ସାମ୍ନାକୁ ଆସିଛି। ଝାରସୁଗୁଡ଼ା ଜିଲ୍ଲାରେ ଗତ ଦୁଇ ଦିନ ହେଲା ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ସାରା ଜିଲ୍ଲା ଶୀତରେ ଥରୁଛି । ଶନିବାର ସକାଳେ ଲଇକେରା ଅଞ୍ଚଳରେ କିଛି ସ୍ଥାନରେ ତୁଷାରପାତ ହୋଇଥିବା ଜଣାଯାଇଛି । ଗତକାଲି ସନ୍ଧ୍ୟାରୁ ଥଣ୍ଡା ପବନ ବହିବା ସାଙ୍ଗକୁ ଶୀତ ଲହରୀ ଓ ଘନ କୁହୁଡ଼ି ଜନ ଜୀବନକୁ ଅସ୍ତ୍ୟବ୍ୟସ୍ତ କରିପକାଉଛି । ଚଳିତ ବର୍ଷର ଏହି ଶୀତ ପୂର୍ବ ବର୍ଷମାନଙ୍କର ରେକର୍ଡ ଭାଙ୍ଗିଛି ବୋଲି କୁହାଯାଇଛି । ଶନିବାର ସକାଳୁ ୮ ଡିଗ୍ରିରୁ ବି କମ୍ ତାପମାତ୍ରା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାର ଲଇକେରା ବ୍ଲକ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହୋଇଥାଏ। ଆଜି ସକାଳୁ ଧାନ କ୍ଷେତଗୁଡିକରେ ପତଳା ବରଫ ଆବରଣ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବାକୁ ଜନସାଧାରଣରେ ଉତ୍ସାହ ଦେଖାଯାଇଥିଲା । ବିଶିଷ୍ଟ ପରିବେଶବିତ ଡ. ଧ୍ରୁବରାଜ ନାଏକ କହିଛନ୍ତି ଯେ, ଚଳିତ ବର୍ଷ ଆଜିର ଏହି ଶୀତ ସର୍ବାଧିକ ଅନୁଭୂତ ହୋଇଛି । ଆଗାମୀ ଦିନରେ ଶୀତ ଆହୁରି ବଢ଼ିପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସୁନ୍ଦରଗଡ଼ର କୋଇଡ଼ାରେ ବି ତୁଷାରପାତ ହୋଇଥିବାର ସୂଚନା ମିଳିଛି।ସେଠାରେ ତାପମାତ୍ରା ୩ ଡିଗ୍ରି ତଳକୁ ଖସିଥିବା କୁହାଯାଉଛି। ଆଜି ସକାଳେ ରାଉରକେଲା ଓ ସୁନ୍ଦରଗଡ଼ରେ ବି ଅସହ୍ୟ ଥଣ୍ଡା ଅନୁଭୂତ ହୋଇଛି । ଠିକ୍ ସେହିପରି କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଆସେଇଁକଳା ଗ୍ରାମପଞ୍ଚାୟତର ପୁଟୁଙ୍ଗାରେ ପାଳ ଗଦା ଉପରେ ତୁଷାରପାତ ହୋଇଥିବାର ଦେଖିବାକୁ ମିଳିଛି। କାଞ୍ଜିପାଣି ଘାଟିରେ ବି ତୁଷାରପାତ ହୋଇଥିବାର ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ନିଦ ହଜାଇବ ଜିରୋ ନାଇଟ୍‌: ଅଶ୍ଳୀଳ ନୃତ୍ୟକୁ ବିରୋଧ କରିବ କଳିଙ୍ଗ ସେନା

Sat Dec 28 , 2019
ଭୁବନେଶ୍ୱର : ନୂଆବର୍ଷ ଉପଲ‌େକ୍ଷ ହୋଟେଲ ଗୁଡ଼ିକରେ ହେବାକୁ ଥିବା ଅଶ୍ଳୀଳ ନୃତ୍ୟକୁ କଳିଙ୍ଗ ସେନା ବିରୋଧ କରିବ ବୋଲି ଚେତାବନୀ ଦେଇଛି। ଆଜି ସେନା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦକ ସ୍ବାତୀଶ ରଂଜନ ସାହୁ କହିଲେ, ଶାନ୍ତି ଶୃଙ୍ଖଳାରେ କୌଣସି ଉତ୍ସବ ମନାଇବାକୁ କାହାରିକୁ ବାରଣ କରାଯିବ ନାହିଁ। ଯଦି ହୋଟେଲ ଗୁଡ଼ିକରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଏ ତେବେ ସେନା ପକ୍ଷରୁ ଏହାକୁ ବିରୋଧ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial