ଢେଙ୍କାନାଳରେ ତବଲିଗି ଜମାତ ଲିଙ୍କ୍:ମହିଳା ଆକ୍ରାନ୍ତଙ୍କ ଘରକୁ ଆସିଥିଲେ ଧର୍ମ ପ୍ରଚାରକ

ଢେଙ୍କାନାଳ: ନୂଆଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ ସହ ଢେଙ୍କାନାଳର କରୋନା ଆକ୍ରାନ୍ତଙ୍କ ଲିଙ୍କ ଥିବା ଜଣାପଡ଼ିଛି। ତବଲିଗିରୁ ଫେରିଥିବା ଜଣେ ଧର୍ମ ପ୍ରଚାରକ ଗତ ମାସରେ ଢେଙ୍କାନାଳ ଆସିଥିଲେ। ଢେଙ୍କାନାଳ ସହରରେ ସେ ଆକ୍ରାନ୍ତଙ୍କ ପରିବାର ସହ ରହିଥିଲେ ବୋଲି ଜିଲ୍ଲାପାଳ ଉମେଶ ଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା କରୋନା ସଂକ୍ରମଣର କାରଣ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି। ଡେଙ୍କାନାଳର ମହିଳା ଆକ୍ରାନ୍ତଙ୍କର କୌଣସି ଯାତ୍ରା ଇତିହାସ ନାହିଁ , ସେ ରାଜ୍ୟ କିମ୍ବା ଦେଶ ବାହାରକୁ ଯାଇ ନାହାନ୍ତି। କାରଣ ସେ ଘରୁ ବାହାରକୁ ଯାଇ ନାହାନ୍ତି। ତେବେ ରାଜ୍ୟ ବାହାରୁ ଆସିଥିବା ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ସେ ଆସିଥିବା କଥା ଜଣାପଡ଼ିବା ପରେ ତାଙ୍କ ସମେତ ୧୫ ଜଣଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଥିଲା ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ୧୫ଜଣଙ୍କର ନମୁନା ପରୀକ୍ଷା ଲାଗି ପଠାଯାଇଥିଲା, ଯାହା ମଧ୍ୟରୁ ମହିଳାଙ୍କ ନମୁନା ପଜିଟିଭ ବାହାରିଛି। ଯେହେତୁ ସମସ୍ତ ସଂଦିଗ୍ଧଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି, ତେଣୁ ବିଶେଷ ସମସ୍ୟା ନାହିଁ। ଏମାନଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ, ତାହା ଯୋଗାଯୋଗ କରାଯାଉଛି। ସେମାନଙ୍କୁ ମଧ୍ୟ କ୍ଵାରେଣ୍ଟାଇନରେ ରଖାଯିବ। ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି କଟକ ଅଶ୍ୱିନୀ ହସ୍ପିଟାଲ ପଠାଯିବା ସହ ସେ ରହୁଥିବା ଅଞ୍ଚଳକୁ ସାନିଟାଇଜ୍ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଧର୍ମ ପ୍ରଚାରକ ଜଣକ ଢେଙ୍କାନାଳର ସଂପୃକ୍ତ ମହିଳାଙ୍କ ପରିବାର ସହ ରହିଥିଲେ। ଅନ୍ୟପଟରେ ଧର୍ମ ପ୍ରଚାରକ ଜଣକ ଗତ ମାର୍ଚ୍ଚ ୧୭ରୁ କୁଆଡେ ଯାଇଛନ୍ତି, ତାହା ଜଣାପଡ଼ିନାହିଁ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆପାର୍ଟମେଣ୍ଟ୍‌‌‌ରେ ଲୁଚିଛନ୍ତି ସନ୍ଦିଗ୍ଧ:ପଞ୍ଜୀକୃତ କରିନାହାନ୍ତି କି ସଙ୍ଗରୋଧରେ ରହୁନାହାନ୍ତି

Fri Apr 10 , 2020
ଚନ୍ଦ୍ରଶେଖରପୁର : ବର୍ତ୍ତମାନ ସୁଦ୍ଧା ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ରାଜଧାନୀ‌‌ରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ରାଜଧାନୀ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ଏବେ ବି ଅନେକ ସଂଦିଗ୍ଧ ଆତ୍ମଗୋପନ କରି ରହିଥିବା ସୂଚନା ମିଳିଛି। ଏମାନେ ସଂକ୍ରମିତ ଦେଶ କିମ୍ବା ବାହାର ରାଜ୍ୟରୁ ଫେରିଥିଲେ ହେଁ ନିଜକୁ ପଞ୍ଜୀକୃତ କରାଇନାହାନ୍ତି କିମ୍ବା ଗୃହ ସଙ୍ଗରୋଧରେ ମଧ୍ୟ ରହୁନାହାନ୍ତି। ତେଣୁ ଆଗାମୀ ଦିନରେ ଏମାନେ ଯେ ଏକ ବିପଦକୁ ଡାକି ନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial