ଆଜି ୧୩୮ଜଣ କରୋନା ପଜିଟିଭ୍ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୩୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୨୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୩, ଯାଜପୁର ଜିଲ୍ଲାରୁ ୬, ପୁରୀ ଜିଲ୍ଲାରୁ ୭ ଓ ନୂଆପଡ଼ା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ନୟାଗଡ଼ ଜିଲ୍ଲାରୁ ୩, କଟକ ଜିଲ୍ଲାରୁ ୧୫ , ବଲାଙ୍ଗୀର ଜିଲ୍ଲାରୁ ଜଣେ , ସୁନ୍ଦରଗଡ଼ ଜିଲ୍ଲାରୁ ୧୨, ରାୟଗଡ଼ା ଜିଲ୍ଲାରୁ ୧, ମୟୂରଭଞ୍ଜ ଜିଲ୍ଲାରୁ ୬, ଢେଙ୍କାନାଳ ଜିଲ୍ଲାରୁ ୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୦, କଳାହାଣ୍ଡି ଜିଲ୍ଲାରୁ ୨, ଭଦ୍ରକ ଜିଲ୍ଲାରୁ ୧୧ଜଣ, କନ୍ଧମାଳ ଜିଲ୍ଲାରୁ ୧୦, ସମ୍ବଲପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୧୮୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୮୯ ରହିଛି। ଅପରପକ୍ଷରେ ୯ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ଦୁଇ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ଦଶପଲ୍ଲାରୁ ବାଘ ଓ ହରିଣ ଛାଲ ଜବତ, ଦୁଇ ଗିରଫ

Mon Jun 8 , 2020
ନୟାଗଡ଼: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନା ଅଞ୍ଚଳରୁ ବାଘ ଓ ହରିଣ ଛାଲ ବେପାର କରୁଥିବା ଦୁଇ ବ୍ୟବସାୟୀଙ୍କୁ ଏସଟିଏଫ୍ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଗିରିପୁଜା ଜଙ୍ଗଲରେ ଚଢ଼ାଉ କରିଥିଲା। ଏଠାରେ ବାଘ ଓ ହରିଣ ଛାଲ ବିକ୍ରୟ ନେଇ ମୁଲଚାଲ ଚାଲିଥିବା ବେଳେ ଏସଟିଏଫ୍ ସାକେଣୀ ଗ୍ରାମର ପ୍ରତାପ କୁମାର ନାୟକ ଓ ଦେଢ଼ସର ଗ୍ରାମର କିଶୋର ଚନ୍ଦ୍ର ଦେହୁରୀ ନାମକ ଦୁଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial