ଆଜି ନୂଆ ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ:ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୩୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରେ ଓଡିଆରଏଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗର ୫୪ଜଣ କର୍ମଚାରୀ ଅଛନ୍ତି। ଏମାନେ ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିଲେ। ଆଜି କେନ୍ଦୁଝର ଜିଲ୍ଲାରୁ ୮, ଝାରସୁଗୁଡାରୁ ୪, ଖୋର୍ଦ୍ଧାରୁ ୧୭, ଢେଙ୍କାନାଳରୁ ୩, କଟକରୁ୭, କେନ୍ଦ୍ରାପଡ଼ାରୁ୧, ନୂଆପଡ଼ାରୁ ୨, ଗଜପତିରୁ ୭, କନ୍ଧମାଳରୁ୧୫, କଳାହାଣ୍ଡିରୁ୨, ଗଞ୍ଜାମରୁ ୩, ପୁରୀରୁ ୩, ମୟୂରଭଞ୍ଜରୁ ୯ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୨୨୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୯୨ ରହିଛି। ଅପରପକ୍ଷରେ ୯ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ପର୍ବ ଆଉ ଥରେ ଆସିବ, ଜୀବନ ନୁହେଁ: ବିଏମ୍‌ସି

Thu Jun 11 , 2020
ଭୁବନେଶ୍ୱର: ରଜ ପାଇଁ ଏବେ ରାଜଧାନୀ ବଜାର ସରଗରମ ହୋଇ ଉଠିଥିବାବେଳେ ଶାଢ଼ି, ପୋଷାକ ଦୋକାନରୁ ଆରମ୍ଭ କରି ଷ୍ଟେସନାରି ଦୋକାନରେ ଅସମ୍ଭାଳ ଭିଡ଼ ଜମୁଛି। ହେଲେ ଦୋକାନରେ ସାମାଜିକ ଦୂରତା ରହୁନି। ଲୋକମାନେ ସାମାଜିକ ଦୂରତା ବି ରକ୍ଷା କରୁନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ପରାମର୍ଶ ଜାରି କରାଯାଇଛି। ଆଗକୁ ବିଏମ୍‌ସି ପକ୍ଷରୁ ଜରିମାନା ଆଦାୟ ଜୋରଦାର୍‌ ହେବାକୁ ଥିବାରୁ ବିଏମ୍‌ସି ପକ୍ଷରୁ ଏହା ଏକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial