‘ଦି ଟଲ୍‌ମ୍ୟାନ’ ବିଜୁବାବୁଙ୍କ ଜୀବନୀକୁ ନେଇ ୧୭ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସ ଅବସରରେ ପ୍ରବାଦ ପୁରୁଷ ବିଶିଷ୍ଟ ଜନନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ସାହସିକତା ନେଇ ସୁଭଦ୍ରା ଆର୍ଟ ଗ୍ୟାଲେରି ପକ୍ଷରୁ ୧୭ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ‘ଦି ଟଲ୍‌ମ୍ୟାନ୍‌ ଏ ଭିଜିନାରି ଲିଡର ଅଫ୍‌ ଦି ସେଞ୍ଚୁରିି’ କଥାବସ୍ତୁକୁ ନେଇ ଆୟୋଜିତ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟସାଣୀ ଉଦ୍‌ଘାଟନ କରିଛନ୍ତି। ପ୍ରଦର୍ଶନୀରେ ବିଜୁବାବୁଙ୍କ କର୍ମମୟ ଜୀବନର ବିଭନ୍ନ ଦୁଃସାହାସିକ ପଦକ୍ଷେପ, ଜନ୍ମ ମାଟିର ଅସ୍ମିତା ପାଇଁ ତାଙ୍କର ଉତ୍ସର୍ଗୀକୃତ ସେବା ଓ ଜୀବନ ଦର୍ଶନକୁ ଶିଳ୍ପିମାନେ ଚିତ୍ରକଳା ମାଧ୍ୟମରେ ଉପସ୍ଥାପନ କରିଛନ୍ତି।

ଲଳିତ କଳାଏକାଡେମୀର ପୂର୍ବତନ ସଚିବ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ରବି ନାରାୟଣ ରଥଙ୍କ ଦ୍ୱାରା ଶୃଜନଶୀଳତାର ନିଖୁଣ ନିଦର୍ଶନ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଚିବ ନିତିନ ଭାନୁଦାଶ ଜୱାଲେ, ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ଅନୁୁପ ପଟ୍ଟନାୟକ ଓ ରୋଟାରି କ୍ଲବ ଭୁବନେଶ୍ୱର ଜିଲ୍ଲା ଗଭର୍ଣ୍ଣର ଅଜୟ ଅଗ୍ରୱାଲ୍‌ ଯୋଗଦେଇ ରାଜ୍ୟର ଚିତ୍ରକଳାକୁ ବିଶ୍ୱବାସୀଙ୍କ ନିକଟରେ ପଂହଚାଇବା ପାଇଁ ଚିତ୍ରଶିଳ୍ପିଙ୍କୁ ପରାମର୍ଶ ଦେଇଥିଲେ ।

ଏହି ପ୍ରଦର୍ଶନୀରେ ରାଜ୍ୟର ସୁପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଆଶିଷ ପାଣ୍ଡେ, ମାନସ ରଂଜନ ଜେନା, ସୁନିଲ ଡାକୁଆ, ସୁରେଶ୍ୱର ଧଳ, ରାଜେନ୍ଦ୍ର ନାରାୟଣ ସାହୁ, ମହମ୍ମଦ ଅନୱର, ମନୋଜ ମହାନ୍ତିି, ମାନସ ରଞ୍ଜନ ଜେନା, ମୀନକେତନ ପଟ୍ଟନାୟକ ଏବଂ ଶ୍ୟାମସୁନ୍ଦର ଆଚାର୍ଯ୍ୟଙ୍କ ସମେତ ରାଜ୍ୟ ବାହରୁ ବହୁ ଅତିଥି ଶିଳ୍ପୀଙ୍କର ସ୍ଥାପତ୍ୟ ପ୍ରଦର୍ଶିତ କରାଇ ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପହଚାଂଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଧ୍ୟକ୍ଷ ଶ୍ରୀ ରଥ ସୂଚନା ଦେଇଛନ୍ତି। ବିଶିଷ୍ଠ ଜନନାୟକ ବିଜୁ ବାବୁଙ୍କ ଜୀବନୀକୁ ନେଇ ପ୍ରଦର୍ଶନୀରେ ୬୦ ଜଣ ଶିଳ୍ପୀ ଯୋଗଦେଇ ତାଙ୍କର ଜୀବନୀକୁ କେବଳ ମନୋରନ ପାଇଁ ସୀମିତ ନରଖି ଭବିଷ୍ୟତ ଯୁବପିଢୀଙ୍କୁ ଦେଶ ଗଠନରେ ଅନୁପ୍ରେରିତ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଗ୍ୟାଲେରି ନିର୍ଦେଶକ ଅଶୋକ ନାୟକ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସର୍ବକ୍ଷମା ଜରିମାନା କମାଇବାକୁ ତାଗିଦ:ଫାଇଲ୍‌ ଫେରାଇ ଦେଲେ ମୁଖ୍ୟଶାସନ ସଚିବ

Mon Apr 2 , 2018
ତିନି ପ୍ରକାରର ଯୋଜନା ହୋଇ ମାସକ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ, ବହୁତଳ ପ୍ରସାଦ ପାଇଁ ନିୟମ କୋହଳ ହେବନି ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଆବାସିକ ଘର, ଆପାର୍ଟମେଣ୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ବିଭିନ୍ନ ପ୍ରକଳ୍ପ ଆଦିକୁ ରେଗୁଲାରାଇଜ୍‌ କରାଯିବ। ଯେତିକି ନିୟମ ଅଛି ତା’ଠାରୁ ଅଧିକ ନିର୍ମାଣ କରିଥିଲେ ବି ଏହାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial