ବିଶେଷଜ୍ଞଙ୍କ ଚେତାବନୀ: ମସ୍ତିଷ୍କ ଘାତ କରାଇବ କୋଭିଡ୍-୧୯

ଲଣ୍ଡନ: କରୋନାଭୂତାଣୁ ଯୋଗୁଁ ପୀଡ଼ିତଙ୍କଠାରେ ମସ୍ତିଷ୍କ ଘାତ ପରି ପରିଣତି ଆସିପାରେ। ସେଥିଯୋଗୁଁ ଜଣେ କୋଭିଡ୍ ରୋଗୀ ସାଂଘାତିକ ସ୍ନାୟବିକ ଜଟିଳତା ସମେତ ଶରୀର ଫୁଲା, ମାମନସିକ ବିକୃତି ଓ ପ୍ରଳାପ କଲା ଭଳି ଲକ୍ଷଣ ଦେଖାଦେଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଲଣ୍ଡନ ବିଶ୍ବବିଦ୍ୟାଳୟର ସ୍ନାୟୁ ଚିକିତ୍ସା ବିଜ୍ଞାନ ବିଭାଗ ଦ୍ବାରା ସଂଘଟିତ ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ୪୩ ଜଣ କୋଭି଼ଡ୍-୧୯ ରୋଗୀଙ୍କ ମଧ୍ୟରୁ କାହା କାହା ଠାରେ ସାମୟିକ ମସ୍ତିଷ୍କ ନିଷ୍କ୍ରିୟତା, ମସ୍ତିଷ୍କ ଘାତ ଅଥବା ସ୍ନାୟୁ ନଷ୍ଟ ଅବା ଗୁରୁତର ମସ୍ତିଷ୍କ ସମସ୍ୟା ଦେଖାଦେଇଛି। ସୁତରାଂ ଏହି ଦୁଃସାଧ୍ୟ ରୋଗ ମସ୍ତିଷ୍କକୁ ନଷ୍ଟ କରିଦେବାର ଆଶଙ୍କା ରହିଛି ବୋଲି ଅନ୍ୟତମ ଗବେଷକ ମାଇକେଲ ଜାଣ୍ଡି ସତର୍କ କରାଇଛନ୍ତି।
ସୂଚନାଯୋଗ୍ୟ, କରୋନାଭୁତାଣୁ ସାର୍ସ-କୋଭ୍-୨ ଦ୍ବାରା ସୃଷ୍ଟ ଏହି ଘାତକ ରୋଗର ପ୍ରମୁଖ ଲକ୍ଷଣ ଭାବେ ଶ୍ବାସକ୍ରିୟା ଜନିତ ଲକ୍ଷଣ ଦେଖାଯାଇ ତାହା ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଉଥାଏ ବୋଲି ପୂର୍ବରୁ ଧାରଣା ରହିଥିଲା। ତେବେ ଦିନକୁ ଦିନ କୋଭିଡ୍ ପୀଡ଼ିତଙ୍କର ମସ୍ତିଷ୍କ ଜନିତ ସମସ୍ୟା ଦେଖାଦେବା ଚିନ୍ତାର କାରଣ ହୋଇଛି। ସମ୍ପ୍ରତି ବିଶ୍ବରେ ନିୟୁତ ନିୟୁତ ଲୋକ କୋଭିଡ୍‌ରେ ପୀଡ଼ିତ ହୋଇଥିବା ବେଳେ ଯଦି ବର୍ଷ ଶେଷ ବେଳକୁ ୧୦ ନିୟୁତ ଲୋକ ସୁସ୍ଥ ହୋଇପାରିବେ ଅଥଚ ସେମାନଙ୍କ ଠାରେ ଏପରି ସାମାନ୍ୟ ହେଉ ପଛକେ ମସ୍ତିଷ୍କ ବିକୃତି ରହିଥିବ, ତେବେ ସେମାନଙ୍କ ସ୍ବାଭାବିକ କାର୍ଯ୍ୟଶୈଳୀରେ ଘୋର କୁପ୍ରଭାବ ପକାଇବ ବୋଲି କାନାଡ଼ା ପାଶ୍ଚାତ୍ୟ ବିଶ୍ବବିଦ୍ୟାଳୟର ପ୍ରଖ୍ୟାତ ସ୍ନାୟୁ ବିଶେଷଜ୍ଞ ଆଡ୍ରିଏନ୍ ଓୱେନ୍ ଚିନ୍ତା ପ୍ରକଟ କରିଛନ୍ତି।, ଯଦିଓ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହେଲା ପରେ ଜଣେ ପୀଡ଼ିତକୁ କେଇ ମାସର ଅସୁସ୍ଥତା ଭୋଗିବାକୁ ହୋଇଥାଏ ତେବେ ଏହାର ଦୀର୍ଘମିଆଦୀ କୁପ୍ରଭାବ ସମ୍ପର୍କରେ କେହି ଅବଗତ ନୁହନ୍ତି।

Share Now:

Kalinga News Beuro

Next Post

ଚାଲିଗଲେ ସୁରମା ଭୋପାଲୀ (ଜଗଦୀପ) : ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର

Thu Jul 9 , 2020
ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କଳାକାର ସୟଦ ଇସ୍ତିଆକ ଅହମଦ ଜାଫ୍ରିଙ୍କର ପରଲୋକ ହୋଇଛି। ଇସ୍ତିଆକ ବଲିଉଡ୍‌ ଅଭିନେତା ଜାଭେଜ୍‌ ଜାଫ୍ରିଙ୍କ ପିତା। ସେ ଜଗଦୀପ ନାମରେ ଅଧିକ ପରିଚିତ ଥିଲେ। ବୁଧବାର ରାତି ୮.୪୦ ସମୟରେ ୮୧ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସବଭନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଗଦୀପ। ଆସନ୍ତାକିଲ ମୁମ୍ବାଇର ଶିଆ କବରିସ୍ତାନରେ ତାଙ୍କର ଶେଷକୃତ୍ୟ କରାଯିବ। ଜଗଦୀପ ୭୦ ଓ ୮୦ ଦଶକରେ ବଲିଉଡ୍‌ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial