ତିହିଡି ଯୁବମଞ୍ଚ ପକ୍ଷରୁ ସହିଦ ତାପସଙ୍କୁ ଶ୍ରଦ୍ଧାଞ୍ଜଳି

Sahid Tapas

ଭଦ୍ରକ/ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚଳ ପଞ୍ଚାୟତ ଅଧୀନ ଉତ୍ତରବାହା ଗ୍ରାମର ଅକ୍ଷୟ ମଲ୍ଲିକଙ୍କ ପୁଅ ତାପସ ମଲ୍ଲିକ ଲାନ୍ସ ନାଏକ ପଦରେ ଥିବାବେଳେ ୨୦୦୫ ମସିହାରେ ଜମ୍ମୁକାଶ୍ମୀରରେ ସନ୍ତ୍ରାସବାଦୀଙ୍କ ବିରୁଦ୍ଧରେ ‘ଅପରେସନ ପରାକ୍ରମ’ରେ ଯୋଗଦେଇଥିଲେ। ସେହି ଅପରେସନରେ ସନ୍ତ୍ରାସବାଦୀଙ୍କ ଏକ ଗୁଳି ତାଙ୍କ ମୁଣ୍ଡରେ ବାଜିବାରୁ ସେ ସହିଦ ହୋଇଯାଇଥିଲେ। ଇତି ମଧ୍ୟରେ ୧୫ ବର୍ଷ ବିତିଯାଇଛି। ସହିଦଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଗ୍ରାମରେ ଥିବା ପ୍ରତିମୂର୍ତ୍ତିରେ ତିହିଡି ଯୁବମଞ୍ଚ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବ ସହିତ ସାମାଜିକ ସୁରକ୍ଷା ରକ୍ଷା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସୋମବାର ସକାଳେ ଯୁବମଞ୍ଚର ସଭାପତି କୈଳାସ ବେହେରା , ସାଂସ୍କୃତିକ ସମ୍ପାଦକ ନୀଳମାଧଵ ସେନାପତି , ସାମାଜିକ ଗଣମାଧ୍ୟମ ସଂଯୋଜକ ନିରଞ୍ଜନ ବାରିକ, ସଦସ୍ୟ କୈଳାସ ହୋତା , ଅଭିଜିତ ନାୟକଙ୍କ ସମେତ ଗ୍ରାମବାସୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆଜିର ଯୁବପିଢ଼ି ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ୧୦୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ : ମୃତ୍ୟୁସଂଖ୍ୟା ୧୦୮ରେ ପହଞ୍ଚିଲା

Wed Jul 22 , 2020
ଭୁବନେଶ୍ବର: ଆଜି ରାଜ୍ୟରେ ୧୦୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି। ୫ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କରୋନା ଆକ୍ରାନ୍ତଙ୍କର ଭିନ୍ନ କ‌ାରଣରୁ ମୃତ୍ୟୁ ଘଟିଛି। […]
କରୋନାଜନିତ ମୃତ୍ୟୁସଂଖ୍ୟା ୧୦୮କୁ ବୃଦ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial