ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ କାର ଯୋଗେ ଗୋଟିଏ ପରିବାର ସଦସ୍ୟମାନେ ପଶ୍ଚିମବଙ୍ଗର ମେଦିନାପୁରକୁ ଯାଉଥିଲେ। ଏହି କାରଟି ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଇଥିଲା। ଏହାଫଳରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। କାର୍ ଚାଳକ ଓ ଜଣେ ମହିଳା ଗୁରୁତର ଅଛନ୍ତି। ଉଭୟଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟର ୩ ଜଣଯାକ ପୁରୁଷ ଅଛନ୍ତି। ଧର୍ମଶାଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିଛି। ଏହି ଦୁର୍ଘଟଣା କାର୍ ଚାଳକଙ୍କ ଅସାବଧାନତା ହେତୁ ଘଟିଥିବା କୁହାଯାଉଛି। କାରଟି ଦ୍ରୁତ ଗତିରେ ଯାଉଥିବା ବି ଅନ୍ୟତମ କାରଣ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ଭୁଲ ପେସ୍‌କ୍ରିପସନରେ କରୋନା ରୋଗୀ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ୭୨ ଘଣ୍ଟାରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

Fri Aug 7 , 2020
ବ୍ରହ୍ମପୁର : ଜଣେ ରୋଗୀଙ୍କ ନାଁରେ ଆଉ ଜଣେ ସୁସ୍ଥ ହେଉଥିବା ରୋଗୀଙ୍କୁ ରେଫର‌୍‌ ଓ ଅନ୍ୟ ଔଷଧରେ ଚିକିତ୍ସା କରିବାରୁ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଦମୟନ୍ତୀ ସାହୁଙ୍କ ମୃତ୍ୟୁ ଘଟିଥିଲା। ଭୁଲ ପେସ୍‌କ୍ରିପସନ ଓ ଭୁଲ ଶଯ୍ୟା ଟିକେଟ୍‌ ଯୋଗୁଁ ଏଭଳି ହୋଇଥିବା ଦମୟନ୍ତୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅଶୋକ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ […]
ସ୍ୱାସ୍ଥ୍ୟ ମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial