ବିନା ହେଲମେଟ୍‌ରେ ଗାଡ଼ି ଚଲାଇ ଫଶି ଗଲେ ପୋଲିସ ବାବୁ

ସମ୍ୱଲପୁର: ବିନା ହେଲମେଟ୍‌ରେ ଗାଡି ଚଲାଇବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା। ଘଟଣା ଘଟିଛି ସମ୍ୱଲପୁର ଜିଲ୍ଲାରେ। ପୋଲିସ ଅଧିକାରୀ ଜଣକ ବିନା ହେଲମେଟରେ ଗାଡି ଚଲାଇବା ବେଳେ ତାଙ୍କର ଏକ ଭିଡିଓ କେହି ମୋବାଇଲରେ ରେକର୍ଡ କରିଥିଲା। ପରେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା। ଖୋଦ୍‌ ଏସ୍‌ପି ଏହି ଭିଡିଓ ଦେଖିବା ପରେ ପୋଲିସ ବାବୁଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଥାନା ବାବୁ ଜଣକ ସମ୍ବଲପୁର ବୁଢାରଜା ଅଞ୍ଚଳର ଡି.ମିଞ୍ଜ୍‌ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କ ଡ୍ରାଇଭର୍‌ ଉପରେ ଖସି ପଡ଼ିଲା ସିଲିଂ

Sat Apr 7 , 2018
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ଓ୍ଵାର୍ଡ ସମେତ ବିଭିନ୍ନ ସ୍ଥାନରେ ନିକଟରେ ନବୀକରଣ କରାଗଲା। ସିଲିଂ ସହିତ ଚିକ୍କଣିଆ ଟାଇଲ ଲାଗିଲା। ମାତ୍ର ନବୀକରଣକୁ ୩/୪ମାସ ପୂରିନି, ଦୁଇ ଦିନ ତଳେ ହସ୍ପିଟାଲର ନିର୍ଦ୍ଦେଶକଙ୍କ ଡ୍ରାଇଭର୍‌ ମୁଣ୍ଡ ଉପରେ ସିଲିଂ ଖସି ପଡ଼ିଲା। ଏଥିରେ ସେ ଆହତ ହୋଇଛନ୍ତି। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଭଙ୍ଗାଗଢ଼ାରେ ହୋଇଥିବା କେଳେଙ୍କାରୀ ନେଇ ଅଭିଯୋଗ ହୋଇ ଆସୁଥିଲା। ଭଙ୍ଗାଗଢ଼ା ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial