ଓଡିଆ ମହିଳାଙ୍କ ଶବକୁ ଆବର୍ଜନା ଗାଡ଼ିରେ ବୋହିବା ମାମଲା : ତାମିଲନାଡୁ ମୁଖ୍ୟସଚିବ, ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

ଓଡିଆ ମହିଳା

ନୂଆଦିଲ୍ଲୀ : ତାମିଲନାଡ଼ୁରେ ଜଣେ ଓଡ଼ିଆ ମହିଳାଙ୍କ ଶବକୁ ଆବର୍ଜନା ଉଠାଉଥିବା ଗାଡ଼ିରେ ବୋହିବା ମାମଲାରେ ରିପୋର୍ଟ ଦାଖଲ କରିବା ପାଇଁ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ତାମିଲନାଡୁର ମୁଖ୍ୟ ଶାସନ ସଚିବ , ରାମନାଥପୁରମ୍ର ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ବାବଦରେ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମ୍ପର୍କୀୟ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଛଅ ସପ୍ତାହ ଭିତରେ ଅନୁପାଳନ ରିପୋର୍ଟ ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ମୃତ ମହିଳା ହେଲେ, ରମାମଣି ସ୍ବାଇଁ। ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ରମାମଣିଙ୍କ ଶବକୁ ଆବର୍ଜନା ଉଠାଉଥିବା ଗାଡ଼ିରେ ବୋହିବା ମାମଲା ତଥା ଶବ ପ୍ରତି ଅସମ୍ମାନ ପ୍ରସଙ୍ଗରେ ପିଟିସନ ଦାଖଲ କରାଯାଇ ଏନଏଚଆରସିର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ମାମଲାରେ ଏନଏଚଆରସି ରାମନାଥପୁରମ୍ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ। ରିପୋର୍ଟରେ ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗକୁ ଜିଲ୍ଲାପାଳ ସ୍ବୀକାର କରିବା ପରେ ଏନଏଚଆରସି ମୃତକଙ୍କ ପରିବାର ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ତାମିଲନାଡୁ ସରକାରଙ୍କୁ ସୁପାରିଶ କରିଥିଲେ।

Share Now:

Kalinga News Beuro

Next Post

ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

Thu Aug 13 , 2020
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ତାଙ୍କୁ ଆୟୁଷ ନିର୍ଦ୍ଦେଶକ ପଦରୁ ନିଲମ୍ବିତ କରାଯାଇଥଲା। ବିଭୁପ୍ରସାଦ ତାଙ୍କ ଅଫିସ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପରେ ଭୁବନେଶ୍ବର ମହିଳା ଥାନାରୋ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଷଡ଼ଙ୍ଗୀଙ୍କୁ ଗତ ୯ ତାରିଖରେ ଗିରଫ କରାଯାଇ ୧୩ ତାରିଖ […]
Bibhu Prasad Sadangi-2020

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial