ବାଇଡେନ୍‌ ଜିତିଲେ ଚୀନ୍‌ ଆମେରିକାକୁ କିଣିନେବ: ଟ୍ରମ୍ପ୍‌

ଡୋନାଲ୍ଡ ଟ୍ରମ୍ପ-new

ନ୍ୟୁୟର୍କ: ଆସନ୍ତା ନଭେମ୍ବର ୩ ତାରିଖ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ପ୍ରତିଦ୍ବନ୍ଦୀ ତଥା ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ ଯଦି ବିଜୟ ଲାଭ କରନ୍ତି, ତେବେ ଚୀନ୍‌ ଆମେରିକାକୁ କିଣିନେବ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆକ୍ଷେପ କରି କହିଛନ୍ତି। ବାଇଡେନ୍‌ ତାଙ୍କ ପ୍ରାର୍ଥିତ୍ବ ଗ୍ରହଣ ଅଭିଭାଷଣରେ ଚୀନ୍‌ ସମ୍ପର୍କରେ ପଦଟିଏ ବି ଉଚ୍ଚାରଣ କରିନଥିବାରୁ ଟ୍ରମ୍ପ୍‌ ଏପରି ଆଶଙ୍କା ବ୍ୟକ୍ତ କରିଥିବା କହିଛନ୍ତି। ସେହିପରି ଗୁଇନ୍ଦା ରିପୋର୍ଟ ଅନୁସାରେ ବାଇଡେନ୍‌ ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଇଚ୍ଛା ପ୍ରକଟ କରୁଥିବା ସ୍ପଷ୍ଟ ହୋଇଛି। ସୁତରାଂ ଆମେରିକାର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ଲାଗି ଲୋକେ କେବେ ବି ତାଙ୍କୁ ହରାଇବେନି ବୋଲି ଟ୍ରମ୍ପ୍‌ ଆଶାବାଦୀ ଥିବା କହିଛନ୍ତି। ଅପରପକ୍ଷେ, ଆମେରିକାକୁ ଭାଗ ଭାଗ କରିବାରେ ଅଧିକ ସମୟ ବିତାଉଥିବା ବାଇଡେନ୍‌ଙ୍କ ଭଳି ଜଣେ ଡେମୋକ୍ରାଟ୍‌ କେବେ ବି ଦେଶକୁ ଚଳାଇ ପାରିବେନି ବୋଲି ସେ କହିଛନ୍ତି। ତେବେ ସର୍ବୋପରି ଦେଶବାସୀଙ୍କ ପାଇଁ ଏବେ ଡେମୋକ୍ରାଟ୍‌ ଦଳର ବିଦ୍ବେଷ ଓ ଘୃଣାକୁ ପ୍ରତ୍ୟାଖ୍ୟାନ କରିବାର ସମୟ ଆସିଛି ବୋଲି ଟ୍ରମ୍ପ୍‌ ଆହ୍ବାନ କରିଛନ୍ତି।

Share Now:

Kalinga News Beuro

Next Post

ବିଶେଷ ନମ୍ବର ପାଇଁ ଆରଟିଓ ଅଧିକ ଫି’ ନେଇପାରିବେ ନାହିଁ: ଆମିକସ୍‌ କ୍ୟୁରି

Tue Aug 25 , 2020
ନୂଆଦିଲ୍ଲୀ : ମୋଟର ଯାନ ଅଧିନିୟମର ଧାରା ୪୨.୨ ଅନୁସାରେ ରାଜ୍ୟ ସରକାର ମୋଟର ଯାନ ଫଞ୍ଜୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇ ଥିବା ଫି’ରୁ ଅଧିକ ଫି ନେଇ ପାରିବେ ନାହିଁ। ଫ୍ୟାନସି ନମ୍ବରର ନିଲାମ ମଧ୍ୟ ଏହି ଧାରାର ଅନୁସାରେ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ମନୋଜ ସ୍ୱରୂପଙ୍କ ଦ୍ୱାରା ସୁପ୍ରିମକୋର୍ଟ ଦାଖଲ କରାଯାଇଥିବା […]
ବିଶେଷ ନମ୍ବର ପାଇଁ ଆରଟିଓ ଅଧିକ ଫି’ ନେଇପାରିବେ ନାହିଁ- ଆମିକସ୍‌ କ୍ୟୁରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial