ଥରିଲା ଇଣ୍ଡୋନେସିଆ

ଜାଭା, ଜାକାର୍ତ୍ତାରେ ଭୂକମ୍ପ, ଜଣେ ମୃତ

ନୂଆଦିଲ୍ଲୀ: ଗତ ମଧ୍ୟରାତ୍ରିରେ ଭୂକମ୍ପରେ ଥରିଛି ଇଣ୍ଡୋନେସିଆ। ଯାହା ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି। ଏହି ଭୂକମ୍ପ ଅନୁଭବ ହେବା ପରେ ସୁନାମୀ ସତର୍କତା ସୂଚନା ଦିଆଯାଇଛି। ଶୁକ୍ରାବର ରାତିରେ ଅନୁଭୁତ ଏହି ଭୁକମ୍ପକୁ ତିବ୍ରତା ରିକ୍ଟର ସ୍କେଲରେ ୬.୫ ବୋଲି ରେକର୍ଡ କରାଯାଇଛି। ଦେଶର ରାଜଧାନୀ ଜାକର୍ତ୍ତା ଓ ଦେଶର ସବୁଠାରୁ ଅଧିକ ଜନବହୁଳ ଦ୍ୱୀପ ଜାଭାରେ ଏହା ଅନୁଭବ ହୋଇଛି।

ଭୂକମ୍ପର ତୀବ୍ର ଝଟ୍‌କା ଯୋଗୁ ଅନେକ କୋଠାବାଡି ନଷ୍ଟ ହୋଇଛି। ଭୁପୃଷ୍ଠରୁ ୯୧ କିମି ତଳେ ଏହା କେନ୍ଦ୍ରୀଭୁତ ହୋଇଥିଲା। ବହୁ କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେରୁ ଅଧିକ ବ୍ୟକ୍ତି ମୃତାହତ ହୋଇଥିବା ସମ୍ପର୍କରେ କୌଣସି ସୂଚନା ଏ ଯାଏଁ ମିଳିନାହିଁ ବୋଲି କୁହାଯାଇଛି। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଜାଭା ତଟବର୍ତ୍ତି ଅଞ୍ଚଳରେ ସୁନାମୀ ସତର୍କ ସୂଚନା ଦିଆଯାଇଛି। କୌଣସି ବ୍ୟକ୍ତି ବା ମତ୍ସଜିବୀ ସମୁଦ୍ର ମଧ୍ୟକୁ ନ ଯିବାକୁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ଟ୍ରେନରେ ଲାଗିବ ସିସିଟିଭି : ନଜର ରହିବ ଅସାମାଜିକ ଲୋକଙ୍କ ଉପରେ

Sun Dec 17 , 2017
ଭୁବନେଶ୍ୱର : ଟ୍ରେନରେ ଲାଗିପାରେ ଇଣ୍ଟରନେଟ ଏବଂ ସିସିଟିଭି କ୍ୟାମେରା। ଏହି ବ୍ୟବସ୍ଥା ଆଗାମୀ ଦିନରେ ଲାଗୁ ପାଇଁ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥା ପ୍ରଥମେ ସବୁ ରେଲ ଷ୍ଟେସନ ଏବଂ ପରେ ସବୁ ଟ୍ରେନ ଭିତରେ ଯୋଗାଇ ଦେବାପାଇଁ ଉଦ୍ୟମ ହେଉଥିବା ଗୋଏଲ କହିଛନ୍ତି। ସିସିଟିଭିର ଦୃ୍ଶ୍ୟ ସିଧାସଲଖ ଡ୍ରାଇଭର କିମ୍ବା ଅନ୍ୟ କୈଣସି ଅଧିକାରୀ ଦେଖିପାରିବେ ବୋଲି ସେ କହିଛନ୍ତି। ଯାତ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial