ଟ୍ରେନରେ ଲାଗିବ ସିସିଟିଭି : ନଜର ରହିବ ଅସାମାଜିକ ଲୋକଙ୍କ ଉପରେ

ଭୁବନେଶ୍ୱର : ଟ୍ରେନରେ ଲାଗିପାରେ ଇଣ୍ଟରନେଟ ଏବଂ ସିସିଟିଭି କ୍ୟାମେରା। ଏହି ବ୍ୟବସ୍ଥା ଆଗାମୀ ଦିନରେ ଲାଗୁ ପାଇଁ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥା ପ୍ରଥମେ ସବୁ ରେଲ ଷ୍ଟେସନ ଏବଂ ପରେ ସବୁ ଟ୍ରେନ ଭିତରେ ଯୋଗାଇ ଦେବାପାଇଁ ଉଦ୍ୟମ ହେଉଥିବା ଗୋଏଲ କହିଛନ୍ତି। ସିସିଟିଭିର ଦୃ୍ଶ୍ୟ ସିଧାସଲଖ ଡ୍ରାଇଭର କିମ୍ବା ଅନ୍ୟ କୈଣସି ଅଧିକାରୀ ଦେଖିପାରିବେ ବୋଲି ସେ କହିଛନ୍ତି। ଯାତ୍ରୀ ସୁରକ୍ଷାକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେଉଛନ୍ତି ତେଣୁ ଏସବୁ ସଂସ୍କାରମୂଳକ ପଦକ୍ଷେପ ଆବଶ୍ୟକ ବୋଲି ରେଳମନ୍ତ୍ରୀ କହିଛନ୍ତି। ଟ୍ରେନ୍‌ରେ ଅନେକ ସମୟରେ ଶୁଣିବାକୁ ମିଳେ ଅସାମାଜିକ ଲୋକଙ୍କ ଦ୍ୱାର ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଏବଂ ଅନେକ ଅପରାଧ ଓ ଅଘଟଣ ମଧ୍ୟ ଘଟୁଛି। ତେଣୁ ସିସିଟିଭି ଲାଗିବା ଦ୍ୱାରା ଏହିସବକୁ ରୋକାଯାଇପରିବ।

Share Now:

Kalinga News Beuro

Leave a Reply

Next Post

ନିୟମିତ ହେବେ ଗଣଶିକ୍ଷକ

Sun Dec 17 , 2017
ଭୁବନେଶ୍ୱର : ୨୦୧୬-୧୭ ଆର୍ଥିକ ବର୍ଷରେ ଗଣଶିକ୍ଷକଙ୍କୁ ନିୟମିତ କରିବାକୁ ୨୦୧୬ ଜୁଲାଇ ୨୫ର ସଂକଳ୍ପନାମା ଓ ଡିସେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ନିୟମିତ କରିବା ପରିବର୍ତେ ଦିନ ଗଡ଼ାଇ ଚାଲିଥିଲେ। ଏପରିକି ଭୁଆଁ ବୁଲାଇଥିଲେ ଗଣଶିକ୍ଷା ବିଭାଗର ଅଧିକାରୀ। ୨୦୧୬-୧୭ରେ ନିୟମିତ କରିବାକୁ କୁହାଯାଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷର ସେପ୍ଟେମ୍ବର ୨୫ରୁ ନିୟମିତ କରିବାକୁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ବିଭାଗର ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial