ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଙ୍କଟ : ପେଟ୍ରୋଲ ଦର ୪୨୦ ଟଙ୍କା

ଶ୍ରୀଲଙ୍କାରେ ୪୨୦

କ‌ଲମ୍ବୋ : ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲର ଘୋର ଅଭାବ ଦେଖାଦେବାରୁ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ ଦର ୨୪.୩% ଏବଂ ଡିଜେଲ ୩୮.୪% ବୃଦ୍ଧି ପାଇଛି। ବୈଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଏହି କାରଣରୁ ଏହି ବୃଦ୍ଧି ଘଟିଛି। ଏପ୍ରିଲ ୧୯ ପରେ ପଡୋଶୀ ଦେଶରେ ଇନ୍ଧନ ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି। ଏଥିସହ, ଅଧିକ ବ୍ୟବହାର ହେଉଥିବା ଅକ୍ଟାନେ ୯୨ ପେଟ୍ରୋଲର ଲିଟର ପିଛା ୪୨୦ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୪୦୦ ହୋଇଛି। ଏହା ପୂର୍ବରୁ ପେଟ୍ରୋଲର ଘୋର୍‌ ଅଭାବ ଦେଖାଦେବାରୁ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ‘ନୋ ପେଟ୍ରୋଲ୍‌’ ‌ପୋଷ୍ଟର୍‌ ଲଗାଯାଇଥିଲା। ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଦୀର୍ଘ କିମି ବ୍ୟାପୀ ଲମ୍ବା ଧାଡ଼ି ଲାଗିଥିଲା। ସ୍ଥାନୀୟ ଲୋକମାନେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ୍‌ ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ପେଟ୍ରୋଲ ନଥିଲା। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଲଙ୍କାର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କହିଥିଲେ ଯେ ଶ୍ରୀଲଙ୍କାରେ କେବଳ ଗୋଟିଏ ଦିନର ପେଟ୍ରୋଲ ରହିଛି। ଦିନକ ପରେ ପେଟ୍ରୋଲ ସରିଯିବ ବୋଲି ବିକ୍ରମସିଂଘେ କହିଥିଲେ। ଏବେ ପେଟ୍ରୋଲ-ଡିଜେଲ କମ ହେବା ସହ ଦର ବୃଦ୍ଧି ଆକାଶ ଛୁଆଁ ହୋଇଛି। ଏଭଳି ସ୍ଥିତିରେ ଭୟଙ୍କର ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କାର ନୂଆ ସରକାର ଏହାର ଜାତୀୟ ଏୟାରଲାଇନ୍‌ ବିକିବାପାଇଁ ଯୋଜନା କରିଛନ୍ତି। ଶ୍ରୀଲଙ୍କାରେ ନୂଆ ପ୍ରଶାସନ ଏୟାରଲାଇନ୍‌ ଗୁଡ଼ିକୁ ଘରୋଇକରଣ କରିବାପାଇଁ ଯୋଜନା କରିଛନ୍ତି ବୋଲି ରାନିଲ ବିକ୍ରମସିଂଘେ କହିଛନ୍ତି। ବିକ୍ରମସିଂଘେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଦରମା ଦେବାପାଇଁ ଟଙ୍କା ଛାପିବେ ବୋଲି କହିଛନ୍ତି। ଟଙ୍କା ଛାପିବା ପାଇଁ ସେ ବାଧ୍ୟ ହେଉଥିବା କହିଛନ୍ତି।

Share Now:

Kalinga News Beuro

Next Post

କୁତବ ମିନାର ପରିସରରେ ପୂଜା ପାଇଁ ଅନୁମତି ପ୍ରସଙ୍ଗ : ଶୁଣାଣି ଶେଷ, ଜୁନ ୯ରେ ଆସିବ ରାୟ

Tue May 24 , 2022
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଥିବା କୁତବ ମିନାର ପରିସରରେ ୨୭ଟି ହିନ୍ଦୁ ମନ୍ଦିର ଏବଂ ଜୈନ ମନ୍ଦିରର ପୁନଃନିର୍ମାଣ ସମ୍ପର୍କିତ ଏକ ଆବେଦନ ଉପରେ ସାକେତ କୋର୍ଟରେ ଶୁଣାଣି ହୋଇଛି। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଜୁନ ୯ରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରିବେ ବୋଲି କହିଛନ୍ତି। ଏହାପୂର୍ବରୁ ଆର୍କେଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ମଧ୍ୟ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛି ଯେ, […]
କୁତବ ମିନାର ପରିସରରେ ପୂଜା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial