ଚୀନ୍‌ କବଳରୁ ତାଇଓ୍ଵାନ୍‌କୁ ରକ୍ଷା କରିବା ଲାଗି ଆମେରିକା ପ୍ରତିବଦ୍ଧ: ଜୋ ବାଇଡେନ୍‌

ଜୋ ବାଇଡେନ୍‌

ବାଲ୍‌ଟିମୋର୍‌ : ଚୀନ୍‌ ତାଇଓ୍ଵାନ୍‌ ଆକ୍ରମଣ କଲେ ଯୁକ୍ତରାଷ୍ଟ୍ର ଆମେରିକା ତାକୁ ସୁରକ୍ଷା ଦେବ ବୋଲି ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ସୂଚନାଯୋଗ୍ୟ, ଦ୍ୱୀପଦେଶ ତାଇଓ୍ଵାନ୍‌କୁ ଚୀନ୍‌ ତା’ର ବିଚ୍ଛିନ୍ନ ପ୍ରଦେଶ ବୋଲି ଦାବି କରି ଆସୁଛି। ତାଇଓ୍ଵାନ୍‌କୁ ସୁରକ୍ଷା ଦେବା ପ୍ରସଙ୍ଗରେ ‘ସିଏନ୍‌ଏନ୍‌’ ଟାଉନ୍‌ ହଲ୍‌ରେ ପଚରା ଯିବାରୁ ବାଇଡେନ୍‌ କହିଲେ, ହଁ, ଆମେ ସେଥିପ୍ରତି ପ୍ରତିଶ୍ରୁତିବଦ୍ଧ। କିନ୍ତୁ, ବାଇଡେନ୍‌ଙ୍କ ଏତାଦୃଶ ବିବୃତି ଯୁକ୍ତରାଷ୍ଟ୍ର ଆମେରିକାର ଦୀର୍ଘ ଦିନର ନୀତି ଭାବେ ଜଣାଶୁଣା ‘ଷ୍ଟ୍ରଟେଜିକ୍‌ ଆମ୍ବିଗ୍ୟୁଟି’ର ବିରୁଦ୍ଧାଚରଣ କରୁଛି। ଏହି ନୀତି ଅନୁସାରେ, ତାଇଓ୍ଵାନ୍‌ର ପ୍ରତିରକ୍ଷା ବ୍ୟବସ୍ଥା ଗଠନ କରିବାରେ ଓ୍ଵାସିଂଟନ୍‌ ସହାୟତା କରିବ, କିନ୍ତୁ ତାକୁ ସୁରକ୍ଷା ଦେବା ପାଇଁ ସୁସ୍ପଷ୍ଟ ପ୍ରତିଶୃତି ଦେବା କଥା ଉଲ୍ଲେଖ ନାହିଁ। ଅଗଷ୍ଟ ମାସରେ ‘ଏବିସି’ ସହ ସାକ୍ଷାତ୍‌କାର ସମୟରେ ମଧ୍ୟ ସେ ସମାନ ପ୍ରତିଶ୍ରୁତି ଦେଇଥିଲେ କହିଥିଲେ କି, ତାଇଓ୍ଵାନ୍‌ ସମେତ ପ୍ରମୁଖ ମିତ୍ର ରାଷ୍ଟ୍ରମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ସବୁବେଳେ ସୁରକ୍ଷା ଯୋଗାଇ ଦେବ। ବାଇଡେନ୍‌ କହିଥିଲେ, କାନଡା ଏବଂ ୟୁରୋପରେ ଥିବା ‘ନାଟୋ’ ମିତ୍ରରାଷ୍ଟ୍ରଙ୍କ ଭଳି ଜାପାନ, ଦକ୍ଷିଣ କୋରିଆ ଏବଂ ତାଇଓ୍ଵାନ୍‌କୁ ସୁରକ୍ଷା ଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିଜ୍ଞାବଦ୍ଧ। ପରେ ହ୍ଵାଇଟ୍‌ ହାଉସ୍‌ ମଧ୍ୟ ସାମ୍ବାଦିକମାନଙ୍କୁ କହିଥିଲା ଯେ, ତାଇଓ୍ଵାନ୍‌ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ନୀତି ବଦଳି ନାହିଁ।

Share Now:

Kalinga News Beuro

Next Post

ହାତ ଛାଡି ଶଙ୍ଖ ଫୁଙ୍କିବେ ପ୍ରଦୀପ ମାଝୀ: କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଦୀପ

Fri Oct 22 , 2021
ନବରଙ୍ଗପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ସେ ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ସହିତ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦଳରେ ଏବେ ଜନସେବା କରିବାର ସୁଯୋଗ ନ ଥିବାରୁ ପ୍ରଦୀପ […]
କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial