ରାଜଧାନୀ ଭୁବନେଶ୍ୱରରୁ ଆଜି ୨୧୩ ଜଣ କରୋନା ପଜିଟିଭ ଚିହ୍ନଟ

୨୧୩ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ଭୁବନେଶ୍ୱରରୁ ଏ ପର୍ଯ୍ୟନ୍ତ ୨୭ ହଜାର ୪୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୪ ହଜାର ୪୫୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୨୮୩୦ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୪୦ଜଣଙ୍କର ମୃତ୍ୟୁ ହୋଇଛି। ସଙ୍ଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୬୮ଜଣଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୧୦ଜଣ ଏବଂ ଝାରପଡ଼ାରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ଭଳି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୪୫ଜଣଙ୍କ ମଧ୍ୟରୁ ପଟିଆ ଓ ବରମୁଣ୍ଡାରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଲଡ଼ ଟାଉନରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ୧୯୦୪ ନୂଆ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୨ହଜାର ୨୫୦କୁ ବୃଦ୍ଧି

Tue Oct 20 , 2020
୧୬ଜଣଙ୍କ ମୃତ୍ୟୁ ,ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୬୮କୁ ବୃଦ୍ଧି ଭୁବନେଶ୍ବର: ଆଜି ରାଜ୍ୟରେ ୧୯୦୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୭୮୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୨ହଜାର ୨୫୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ […]
୧୯୦୪ ନୂଆ କରୋନା ପଜିଟିଭ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial