ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର

କଟକ: ଚୌଦ୍ବାରା ଥାନା ଅନ୍ତର୍ଗତ କରଞ୍ଜି ପଞ୍ଚାୟତର ବଡ଼କୁସନପୁର ଗ୍ରାମ ନିକଟରେ ଏକ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର ହୋଇଛି। ଚୌଦ୍ବାର ଥାନା ଠାରୁ ପ୍ରାୟ ୨୦ କିଲୋମିଟର ଦୂର ବଡ଼କୁସନପୁର ବିଲ ରାସ୍ଥା ନିକଟରେ ଏକ ଅଖା ବସ୍ତା ପଡ଼ିଥିବା ଓ ସେଥିରୁ ଦୁର୍ଗନ୍ଧ ଆସୁଥିବାରୁ ସ୍ଥାନୀୟ ଲୋକେ ଚୌଦ୍ବାର ଥାନା ପୁଲିସକୁ ଜଣାଇଥିଲେ। ଖବର ପାଇ ଚୌଦ୍ବାର ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତ ଗୋଡ଼ ବନ୍ଧା ମୃତ ଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡ଼ିକାଲ ପଠାଇଛି। ମୃତଦେହଟିର କୌଣସି ପରିଚୟ ମିଳିପାରି ନାହିଁ। ଚୌଦ୍ବାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଘଟଣାସ୍ଥଳରେ ତଦନ୍ତ ଚାଲୁ ରଖିଥିବା ବେ‌ଳେ ଏହା ଏକ ହତ୍ୟାକାଣ୍ତ ବୋଲି ସ୍ପଷ୍ଟ କରିଥିବା ବେ‌ଳେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳି ପାରି ନଥିବା ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ପେଟ ପାଇଁ ରାଜରାସ୍ତାରେ ଯମ ଓ ଚିତ୍ରଗୁପ୍ତ: ପଥପ୍ରାନ୍ତ ନାଟକ ପାଇଁ ନିରବ ନିବେଦନ

Thu Nov 19 , 2020
ଭୁବନେଶ୍ବର: ପଥପ୍ରାନ୍ତକୁ ଓହ୍ଲାଇ ଆସିଥିଲେ ଯମ ଓ ଚିତ୍ରଗୁପ୍ତ। କରୋନାରେ ହାହାକାର ସ୍ଥିତି ଦେଖି ଭାବ ବିହ୍ବଳ ହୋଇପଡ଼ୁଥିଲେ ମହାରାଜ। ରବୀନ୍ଦ୍ର ମଣ୍ଡପଠାରୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ଏପରି କିଛି ନିଆରା ଚିତ୍ର ଓ ଚରିତ୍ର। ସତ ସତିକା ନୁହେଁ, ବରଂ ପଥପ୍ରାନ୍ତରେ ନାଟକୀୟ ଚରିତ୍ର ମାଧ୍ୟମରେ ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଦୁଃଖ ବଖାଣିଥିଲେ ପଥପ୍ରାନ୍ତ ନାଟୁଆମାନେ। ପଥପ୍ରାନ୍ତରେ ସାଧାରଣ ଲୋକଙ୍କୁ ସଚେତନ କରାଉଥିବା […]
ପଥପ୍ରାନ୍ତ ନାଟକ ପାଇଁ ନିରବ ନିବେଦନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial