୩-୪ ମାସରେ ପ୍ରସ୍ତୁତ ହୋଇଯିବ କରୋନା ଟିକା: ହର୍ଷବର୍ଦ୍ଧନ

ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ଆସନ୍ତା ୩ ରୁ ୪ ମାସ ମଧ୍ୟରେ କରୋନା ଟିକା ପ୍ରସ୍ତୁତ ହୋଇଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏହି ସୂଚନା ଦେଇଛନ୍ତି। ଏଫ୍‌ଆଇସିସିଆଇ ଏଫ୍‌ଏଲ୍‌ଓ ୱେବିନାର୍‌ରେ ଉଦ୍‌ବୋଧନ ଦେବା ସମୟରେ ହର୍ଷବର୍ଦ୍ଧନ ଏଭଳି ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ତାଙ୍କର ଦୃଢ଼ ବିଶ୍ବାସ ରହିଛି ଯେ, ଆସନ୍ତା ୩-୪ ମାସ ମଧ୍ୟରେ କୋଭିଡ୍‌ ଟିକା ପ୍ରସ୍ତୁତ ହୋଇଯିବ। ସ୍ବାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଏବଂ ରୋଗଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଗୁରୁତ୍ବ ଦିଆଯିବ। ଟିକାର ସଠିକ୍‌ ବଣ୍ଟନ ପାଇଁ ଖୁବ୍‌ ଭଲଭାବେ ଯୋଜନା ହେଉଛି। ଏଥିପାଇଁ ଏକ ଇ-ଭାକ୍ସିନ୍‌ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ମଧ୍ୟ ସୃଷ୍ଟି ହୋଇଛି। ଜୁଲାଇ-ଅଗଷ୍ଟ ୨୦୨୧ ସୁଦ୍ଧା ୨୫-୩୦ କୋଟି ଲୋକଙ୍କ ପାଇଁ ୪୦୦-୫୦୦ ମିଲିଅନ୍‌ ଡୋଜ୍‌ ଟିକା‌ ଉପଲବ୍ଧ ହେବ ବୋଲି ବର୍ଦ୍ଧନ ଆକଳନ କରିଛନ୍ତି।

Share Now:

Kalinga News Beuro

Next Post

ଗାଁ ମୁହାଁ ହେଲେ ହାତୀପଲ, ଧାନ ଗଦା ନଷ୍ଟ କଲେ

Fri Nov 20 , 2020
ବିଡ଼ିପୁର: ଜଗନ୍ନାଥପ୍ରସାଦ ବ୍ଲକ୍ ବିଡ଼ିପୁର ନିକଟ ବାଜପେୟୀ ଛକ ନିକଟରେ ଗତକାଲି ରାତିରେ ହାତୀପଲ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇଛନ୍ତି। ଗ୍ରାମର ଏକାଧିକ ଚାଷୀଙ୍କ ଧାନ ଗଦାକୁ ହାତୀପଲ ନଷ୍ଟ କରିଦେଇଛନ୍ତି। ସେହିପରି ସୋରିଷମୂଳି ଗ୍ରାମର ଚାଷୀ ବିଜୟ ନାଇକ ଓ ପଟାଧାରର ଗୁରୁ ସାହୁଙ୍କ ବ୍ୟାପକ ଧାନ ନଷ୍ଟ ହୋଇଥିବା ଜଣାପଡ଼ିଛି। ହାତୀପଲ ଘଉଡ଼ାଇବାରେ ବନବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଚାଷୀ ଅଭିଯୋଗ […]
ଗାଁ ମୁହାଁ ହେଲେ ହାତୀପଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial