ଗାଁ ମୁହାଁ ହେଲେ ହାତୀପଲ, ଧାନ ଗଦା ନଷ୍ଟ କଲେ

ଗାଁ ମୁହାଁ ହେଲେ ହାତୀପଲ

ବିଡ଼ିପୁର: ଜଗନ୍ନାଥପ୍ରସାଦ ବ୍ଲକ୍ ବିଡ଼ିପୁର ନିକଟ ବାଜପେୟୀ ଛକ ନିକଟରେ ଗତକାଲି ରାତିରେ ହାତୀପଲ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇଛନ୍ତି। ଗ୍ରାମର ଏକାଧିକ ଚାଷୀଙ୍କ ଧାନ ଗଦାକୁ ହାତୀପଲ ନଷ୍ଟ କରିଦେଇଛନ୍ତି। ସେହିପରି ସୋରିଷମୂଳି ଗ୍ରାମର ଚାଷୀ ବିଜୟ ନାଇକ ଓ ପଟାଧାରର ଗୁରୁ ସାହୁଙ୍କ ବ୍ୟାପକ ଧାନ ନଷ୍ଟ ହୋଇଥିବା ଜଣାପଡ଼ିଛି। ହାତୀପଲ ଘଉଡ଼ାଇବାରେ ବନବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଚାଷୀ ଅଭିଯୋଗ କରିବା ସହ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି। ଧାନ ଅମଳ ସମୟ ଚାଲିଥିବାରୁ ହାତୀଙ୍କ ଉପଦ୍ରବ ପାଇଁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ତେଣୁ ବନବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Share Now:

Kalinga News Beuro

Next Post

ଲାଞ୍ଚ ନେବା ମାମଲାରେ ନନ୍ଦପୁର ସିଡିପିଓଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

Fri Nov 20 , 2020
ଜୟପୁର: ଲାଞ୍ଚ ନେଇ ଭିଜିଲାନ୍‌ସ ଦ୍ୱାରା ଧରାପଡ଼ିଥିବା କୋରାପୁଟ ଜିଲ୍ଲା ନନ୍ଦପୁର ‘ସିଡିପିଓ’ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ଜିଲ୍ଲାପାଳ ଚାକିରିରୁ ନିଲମ୍ବନ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବେ ଏବଂ ତାଙ୍କୁ ନ ଜଣାଇ ମୁଖ୍ୟାଳୟ ଛାଡ଼ି କେଉଁଆଡ଼େ ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍ନିଗ୍ଧାରାଣୀଙ୍କୁ ଅକ୍ଟୋବର ୨୮ ତାରିଖ ଦିନ ଗିରଫ କରାଯାଇ ୪୮ ଘଣ୍ଟାରୁ ଅଧିକ ସମୟ […]
ନିଲମ୍ବିତ ହେଲେ ନନ୍ଦପୁର ‘ସିଡିପିଓ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial