୨୦୧୯-୨୦ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡିଶା (କଳାହାଣ୍ଡି) ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯-୨୦ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ଏହି ତାଲିକା ସିଏମଓ ୱେବସାଇଟରେ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଏଥିରେ ରହିଛି। ତଥ୍ୟ ଅନୁସାରେ, ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟ ରହିଛି। ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସା। ଏହି ବ୍ୟାଙ୍କର ଟର୍ମ ଡିପୋଜିଟ ଅଛି ଏକ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା। ଦିଲ୍ଲୀର ପାର୍ଲାମେଂଟ ହାଉସ ଏସବିଆଇ ଶାଖାରେ ଅଛି ଏକ ହଜାର ୮ଶହ ୧୮ ଟଙ୍କା। ଭୁବନେଶ୍ୱର ଏସବିଆଇ ଶାଖାରେ ଜମା ଅଛି ୧୦ ଲକ୍ଷ ୫୬ ହଜାର ୮ଶହ ୮୮ ଟଙ୍କା। ନିଜ ନିର୍ବାଚନମଣ୍ଡଳୀରେ ହିଞ୍ଜିଳିରେ ଷ୍ଟେଟବ୍ୟାଙ୍କ ଶାଖାରେ ଅଛି ୬ ହଜାର ୭୪୬ ଟଙ୍କା। ନିର୍ବାଚନ ଉଦ୍ଦେଶ୍ୟରେ ଏହାକୁ ୨୦୧୪ ମସିହାରେ ଖୋଲାଯାଇଥିଲା। ଏହି ଶାଖାରେ ହିଁ ଅନ୍ୟ ଏକ ଆକାଉଣ୍ଟରେ ୧୩ ହଜାର ୮୧୮ ଟଙ୍କା ଅଛି। ଏହା ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିଲା। ସେହିଭଳି ବରଗଡ଼ ଏସବିଆଇ ଶାଖାରେ ୩୭ ହଜାର ଟଙ୍କା ଅଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରାୟ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା ରହିଛି। ତାଙ୍କ ପାଖରେ ଥିବା ୧୯୮୦ ମସିହାର ଆମ୍ବାସଡର କାରର ମୂଲ୍ୟ ପ୍ରାୟ ୮ ହଜାର ୯ଶହ ୫ଟଙ୍କା। ସେହିଭଳି ଦିଲ୍ଲୀ ଫରିଦାବାଦରେ ଥିବା ଜମି ବିକ୍ରି ଲାଗି ନବୀନ ଅଗ୍ରୀମ ଆଣିଛନ୍ତି ୧ କୋଟି ୨୫ ଲକ୍ଷ। ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ଜମି ଓ କୋଠା ଅଛି। ଫରିଦାବାଦରେ ଥିବା ଜମି ଓ କୋଠାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା ବୋଲି ନବୀନ ଦର୍ଶାଇଛନ୍ତି। ଭୁବନେଶ୍ୱର ନବୀନ ନିବାସରେ ନବୀନଙ୍କର ଦୁଇ-ତୃତୀୟାଂଶ ଭାଗ ରହିଛି। ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା। ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସମ୍ପତ୍ତିରେ ନବୀନଙ୍କ ୫୦ ପ୍ରତିଶତ ଭାଗ ରହିଛି। ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Sun Jan 10 , 2021
ଲିଙ୍ଗରାଜଙ୍କ ମହିମା ବିଶ୍ବରେ ପହଞ୍ଚାଇବା ଦିଗରେ ବଡ଼ ପଦକ୍ଷେପ: ଧର୍ମେନ୍ଦ୍ର ପୁରୁଣା ଭୁବନେଶ୍ୱର : ବିନ୍ଦୁସାଗରରେ ଆଉ ଅପରିଷ୍କାର ଜଳ ରହିବ ନାହିଁ। କାଚକେନ୍ଦୁ ଭଳି ଚକ୍‌ଚକ୍‌ ଦେଖାଯିବ। ଏହି ପବିତ୍ର ପୁଷ୍କରିଣୀର ଜଳକୁ ସ୍ବଚ୍ଛ ଓ ନିର୍ମଳ ରଖିବାକୁ ଆରମ୍ଭ ହୋଇଛି ‘ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ’। ଏଥିପାଇଁ ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ୍‌ (ଆଇଓସିଏଲ୍‌) ତା’ର ସିଏସ୍‌ଆର୍‌ ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ […]
ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial