ଓଡିଶା କଂଗ୍ରେସର ନବକଳେବର:ନିରଞ୍ଜନ ହେଲେ ମଙ୍ଗୁଆଳ

ନୂଆଦିଲ୍ଲୀ: ରାଜ୍ୟ କଂଗ୍ରେସରେ ଆସିଛି ବହୁ ପ୍ରତୀକ୍ଷିତ ପରିବର୍ତ୍ତନ। ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ବିଧାୟକ ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଗାମୀ ୨୦୧୯ ନିର୍ବାଚନକୁ ଆଖିରେ ରଖି ଏହି ପରିବର୍ତ୍ତନ କଂଗ୍ରେସ ହାଇକମାଣ୍ଡ କରିଛନ୍ତି ବୋଲି ରାଜନୈତିକ ବିଶ୍ଲେଷକ ମତ ଦେିଛନ୍ତି।
ଓଡ଼ିଶା କଂଗ୍ରେସର ସଂଯୋଜନା କମିଟିର ଅଧ୍ୟକ୍ଷ ଭାବେ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଏହି କମିଟିର ଆବାହକ ଭାବେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ପିିସିସି କୋର କମିଟିର ଅଧ୍ୟକ୍ଷ ଭାବେ ଜୟଦେବ ଜେନା ଓ ଆବାହକ ଭାବେ ଶରତ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ରାଜ୍ୟ କଂଗ୍ରେସର ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କୁ ଆବାହକ ନିଯୁକ୍ତି ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ବାଲ୍ୟବିବାହ ପାଇଁ ଆସିଥିବା ନାବାଳିକା ଉଦ୍ଧାର: ପିତା କହିଲେ ଝିଅକୁ ୧୮ବର୍ଷ ହେଲା ପରେ ହିଁ ବିବାହ କରାଇବି

Thu Apr 19 , 2018
ଗଞ୍ଜାମ:ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ପାଇଁ ଆସିଥିବା ସମୟରେ ଜଣେ ନାବାଳିକା ଆଜି ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ସେରଗଡ଼ ଥାନା ନୂଆସାହି ଗ୍ରାମର ଅଭିରାମ ସ୍ୱାଇଁ ତାଙ୍କ ଝିଅ ଅନିତା ସ୍ୱାଇଁଙ୍କ ବିବାହ ଅରୁଣ ପ୍ରଧାନଙ୍କ ପୁଅ ମନୋଜ ପ୍ରଧାନଙ୍କ ସହିତ କରାଇବେ ବୋଲି ଗୁୁରୁବାର ସାଉଁଲେଇ ପୀଠରେ ପହଁଞ୍ଚିଥିଲେ। ତେବେ ଏହି ବାଲ୍ୟବିବାହ ସମ୍ପର୍କରେ ଖବର ପାଇବା ପରେ ହିଞ୍ଜଳିକାଟୁ ଥାନା ଅଧିକାରୀ ଶ୍ରୀ ପ୍ରାଶାନ୍ତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial