ଅନ୍‌ଲାଇନ୍‌ରେ ଲିଜ୍‌ ଡିଡ୍‌ ଆବେଦନ : ବିଡିଏକୁ ପ୍ରଶଂସା

ବିଡିଏ-1

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନରେ ବିଭିନ୍ନ ପ୍ରକଳ୍ପରେ ଆବଣ୍ଟିତ ଜମିର ଦଲିଲ୍ (ଲିଜ୍ ଡିଡ୍) ସମ୍ପାଦନ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଇଛି। ୨୦ ତାରିଖରୁ ବିଡିଏର ୱେବ୍‌ସାଇଟ୍ (www.bda.gov.in) ଜରିଆରେ ଆବେଦନ ସୁବିଧା ଉପଲବ୍ଧ ହେଉଛି। ଆବେଦନର ଶେଷ ତାରିଖ ଡିସେମ୍ବର ୩୧ ରହିଛି। କାଗଜରେ ଆବେଦନ ଅପେକ୍ଷା ଅନ୍‌ଲାଇନ୍‌ରେ ଆବେଦନ ଚାହିଦା ବଢ଼ିଛି। ଅତି କମ୍‌ ସମୟରେ ଏହି ଆବେଦନ ହୋଇଥିବାରୁ ବିଡିଏର ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ବିଦେଶରେ ରହୁଥିବା ଜଣେ ଆବେଦନକାରୀ ଟ୍ବିଟ୍‌ ଜରିଆରେ ପ୍ରଶଂସା କରିଛନ୍ତି। ଅନ୍‌ଲାଇନ୍‌ରେ ଏବେ ସୁଦ୍ଧା ଶତାଧିକ ଅଧିକ ଆବେଦନ ଆସି ସାରିଛି।
ପୂର୍ବରୁ ଡିସେମ୍ବର ୧୫ ତାରିଖ ସୁଦ୍ଧା ଆବେଦନ ପାଇଁ ସମୟ ସୀମା ରହିଥିଲା। ହେଲେ ଅନେକ ଆବେଦନକାରୀ ବାହାରେ ରହୁଥିବାରୁ କାଗଜପତ୍ରରେ ଆବେଦନ କରିପାରିନଥିଲେ। ଏଣୁ ଅବଧି ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ। ସେମାନଙ୍କର ଅନୁରୋଧକୁ ବିଚାରକୁ ନେଇ ସମୟ ସୀମା ଡିସେମ୍ବର ୩୧ ଧାର୍ଯ୍ୟ କରିବା ସହ ବିଡିଏ ଅନ୍‌ଲାଇନ୍‌ ଆବେଦନ ବ୍ୟବସ୍ଥା କରିଥିଲା। ଏହି ବ୍ୟବସ୍ଥାରେ କୌଣସି ସମସ୍ୟା ହେଲେ ଅଫିସ୍ ସମୟରେ ବିଡିଏ କାର୍ଯ୍ୟାଳୟ ସହ (୦୬୭୪ ୨୩୯୬୪୩୭)ଯୋଗାଯୋଗ କରିବାକୁ ବିଡିଏ ପକ୍ଷରୁ କୁହାଯାଇଛି। ଏହି ସମୟ ସୀମା ମଧ୍ୟରେ ଜରୁରୀ କାଗଜପତ୍ର ଦାଖଲ ନ କଲେ ସେମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଏ ଚେତାବନୀ ଦେଇଛି। ଲିଜ୍ ଡିଡ୍ ପାଇଁ କ’ଣ କ’ଣ କାଗଜପତ୍ରର ଆବଶ୍ୟକତା ରହିଛି ତାହାର ତାଲିକା ବିଡିଏର ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଛି। ଏଣୁ ଆବେଦନକାରୀ ଏହି ୱେବ୍‌ସାଇଟ୍‌ରେ କାଗଜପତ୍ର ସମ୍ବନ୍ଧରେ ଅବଗତ ହେବା ପରେ ସେହି ସବୁ କାଗଜପତ୍ର ତଥା ତଥ୍ୟ ବିଡିଏ ନିକଟରେ ଦାଖଲ କରିବେ।

Share Now:

Kalinga News Beuro

Next Post

ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଅଙ୍କୁଶ

Sat Dec 25 , 2021
କଟକ : ଓଡ଼ିଆ କଥାସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅପ୍ରକାଶିତ ହାତଲେଖା ପ୍ରକାଶ ପ୍ରସଙ୍ଗରେ କଟକ ବରିଷ୍ଠ ସିଭିଲ ଜଜ୍ (କମର୍ସିଆଲ୍ କୋର୍ଟ) ଅଦାଲତ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଫକୀରମୋହନଙ୍କ ଆତ୍ମଜୀବନୀ ‘ମୋ ଜୀବନୀ’ ପ୍ରକାଶନ ଉପରେ ଅଦାଲତ ଅଙ୍କୁଶ ଜାରି କରିଛନ୍ତି। ଫକୀରମୋହନଙ୍କ ଅଣନାତୁଣୀ ମୀନାକ୍ଷୀ ଦତ୍ତଙ୍କୁ ଏକ ମାସ ଭିତରେ ପାଣ୍ଡୁଲିପି ଫେରାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଫକୀରମୋହନଙ୍କ ଅଣନାତୁଣୀ ଡକ୍ଟର ମୀନାକ୍ଷୀ ଦତ୍ତଙ୍କ […]
ଫକୀରମୋହନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial